ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି କେନ୍ଦ୍ରାପଡ଼ାର ସୁଧୀରଞ୍ଜନ ଦେବଶର୍ମା ଦାଶ। ଏହି ପରୀକ୍ଷାରେ ୧୪୬ତମ ସ୍ଥାନ ହାସଲ କରିଛନ୍ତି ସୁଧୀରଞ୍ଜନ। ପ୍ରଥମ ଚେଷ୍ଟାରେ ହିଁ ତାଙ୍କୁ ଏହି ସଫଳତା ମିଳିଛି।
ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ ଦିନକୁ ୮ ଘଣ୍ଟାରୁ ଅଧିକ ସମୟ ପଢୁଥିଲେ ସୁଧୀରଞ୍ଜନ। କଠିନ ପରିଶ୍ରମ ଓ ସମୟର ସଠିକ୍ ଉପଯୋଗକୁ ସେ ଗୁରୁତ୍ଵ ଦେଉଥିଲେ। ମାନସିକ ଓ ଶାରୀରିକ ଭାବେ ଫିଟ୍ ରହିଲେ ପରୀକ୍ଷାରେ ସଫଳତା ମିଳିବ ବୋଲି କହିଛନ୍ତି ସୁଧୀରଞ୍ଜନ।
ସେପ୍ଟେମ୍ବର ୨୬ ତାରିଖରେ ପ୍ରକାଶ ପାଇଥିଲା ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୩ ରେଜଲ୍ଟ। ଓସିଏସ ପରୀକ୍ଷାରେ ମୋଟ ୩୯୮ ଜଣ କୃତକାର୍ଯ୍ୟ ହୋଇଥିଲେ।
ଓଡ଼ିଶା ସିଭିଲ ସର୍ଭିସେସ୍ ପରୀକ୍ଷା ପାଇଁ କେମିତି ପ୍ରସ୍ତୁତି କରୁଥିଲେ, କେତେ ଘଣ୍ଟା ପଢ଼ୁଥିଲେ ଏବଂ କେଉଁ ଷ୍ଟ୍ରାଟେଜି ଆପଣାଇ ଥିଲେ ସୁଧୀରଞ୍ଜନ ଦେବଶର୍ମା ଦାଶ, ଜାଣିବା ପାଇଁ ଦେଖନ୍ତୁ ଏହି ଭିଡିଓ।
Tags: #OCS #OAS #OCSExam2023Result #OPSC #Odisha #SudhiranjanDebasarmaDash #OCSTopper2023

















