ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି କଟକର ଆକାଶ କୁମାର ପ୍ରଧାନ। ଏହି ପରୀକ୍ଷାରେ ୨୧ତମ ସ୍ଥାନ ହାସଲ କରିଛନ୍ତି ଆକାଶ। ଚତୁର୍ଥ ଚେଷ୍ଟାରେ ତାଙ୍କୁ ଏହି ସଫଳତା ମିଳିଛି।

ପିଲାଟି ବେଳରୁ ପ୍ରଶାସନିକ ସେବାରେ ଯୋଗଦେବାକୁ ଆକାଶଙ୍କର ସ୍ଵପ୍ନ ରହିଥିଲା। କଠିନ ପରିଶ୍ରମ ବଳରେ ନିଜର ସ୍ଵପ୍ନକୁ ସାକାର କରିପାରିଥିବା କୁହନ୍ତି ଆକାଶ।

ଆକାଶଙ୍କ ଏହି ସଫଳତାରେ ବହୁତ ଖୁସି ଅଛନ୍ତି ତାଙ୍କ ମା’। ପୁଅ ପରିଶ୍ରମର ଫଳ ପାଇଛି ବୋଲି କୁହନ୍ତି ଅକାଶଙ୍କ ମା’।

ସେପ୍ଟେମ୍ବର ୨୬ ତାରିଖରେ ପ୍ରକାଶ ପାଇଥିଲା ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ପରୀକ୍ଷା-୨୦୨୩ ରେଜଲ୍ଟ। ଓସିଏସ ପରୀକ୍ଷାରେ ମୋଟ ୩୯୮ ଜଣ କୃତକାର୍ଯ୍ୟ ହୋଇଥିଲେ।

Tags: #OCS #OAS #OCSExam2023Result #OPSC #Odisha #AkashaKumarPradhan #OCSTopper2023

Comment