ଓଡ଼ିଶାଲାଇଭ୍ ବ୍ୟୁରୋ

ଆରପାରିରେ ବଲିଉଡ ଓ ଟେଲିଭିଜନ ଦୁନିଆର ଚର୍ଚ୍ଚିତ ହାସ୍ୟ ଅଭିନେତା ସତୀଶ ଶାହ। ଅକ୍ଟୋବର ୨୫ ତାରିଖରେ ମାତ୍ର ୭୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ସେ କିଡନି ରୋଗରେ ପୀଡ଼ିତ ଥିଲେ।
ଗୁଜରାଟରେ ଜନ୍ମିତ ସତୀଶ ହିନ୍ଦୀ ସିନେମା ‘ଭଗବାନ ପର୍ଶୁରାମ’ ଜରିଆରେ ବଲିଉଡକୁ ଏଣ୍ଟ୍ରି କରିଥିଲେ। ଏହା ପରେ ସେ ‘ଅରବିନ୍ଦ ଦେଶାଇ କି ଅଜିବ ଦାସ୍ତାନ’, ‘ଗମନ’, ‘ଉମରାଓ ଜାନ’, ‘ଶକ୍ତି’, ‘ଜାନେ ଭି ଦୋ ୟାରୋ’ ଏବଂ ‘ବିକ୍ରମ ବେତାଳ’ ଭଳି ସିନେମା ନଜର ଆସିଥିଲେ।
ସେ ସୁପରହିଟ ହିନ୍ଦୀ ସିନେମା ‘ମେଁ ହୁଁ ନା’ରେ ମଜାଳିଆ ଚରିତ୍ରରେ ଅଭିନୟ କରିଥିଲେ। ଏହା ପରେ ତାଙ୍କ ସହ ଯୋଡ଼ି ହୋଇଗଲା କମେଡି କିଙ୍ଗ ଟାଇଟଲ। ହିନ୍ଦୀ ଚଳଚ୍ଚିତ୍ର ‘ରା ଓ୍ଵନ’, ‘ହମସକଲ୍ସ’, ‘ଫନା’, ମୁଝ ସେ ସାଦି କରୋଗି’, ‘ହମ ଅପକେ ହୈ କୌନ’, ‘ସାଜନ ଚଲେ ଶଶୁରାଲ’ ଆଦିରେ ସେ କାମ କରିଛନ୍ତି।
ଟେଲିଭିଜନ ସିରିଏଲ ଜରିଆରେ ସେ ଘରେ ଘରେ ପରିଚିତ ହୋଇଥିଲ। ‘ୟେ ଜୋ ହୈ ଜିନ୍ଦେଗୀ’ ସୋ’ ତାଙ୍କୁ ଦେଇଥିଲା ସ୍ଵତନ୍ତ୍ର ପରିଚୟ। ଏହି ସୋ’ର ୫୫ଟି ଏପିସୋଡରେ ସତୀଶ ଶାହା ୫୫ଟି ଭିନ୍ନ ଭିନ୍ନ ଚରିତ୍ରରେ ନିଜ ଅଭିନୟ ଦକ୍ଷତା ଦେଖାଇଥିଲେ। ତାଙ୍କ ବିୟୋଗରେ ବଲିଉଡ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।
Tags: #SatishShah #Actor #Bollywood #Comedyking


















