ଓଡ଼ିଶାଲାଇଭ୍ ବ୍ୟୁରୋ
ଭୀଷଣ ବାତ୍ୟା ‘ମୋନ୍ଥା’ ଅକ୍ଟୋବର ୨୮ ତାରିଖ ରାତିରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା କରାଯାଉଛି। ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିଛି।
ତେବେ ବାତ୍ୟାକୁ ନେଇ ଭୟଭୀତ ନହେବାକୁ ସନ୍ଦେଶ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସତର୍କ ରହିବା ସହ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି।
Tags: #CyclonicStorm #Montha #NaveenPatnaik #Odisha

















