ଓଡ଼ିଶାଲାଇଭ୍ ବ୍ୟୁରୋ

ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଇ-କେଓ୍ଵାଇସି ଅପଡେଟ୍ ପାଇଁ ବଢ଼ିଲା ସମୟ। ଡିସେମ୍ବର ୩୧ ତାରିଖ ଯାଏଁ ଇ-କେଓ୍ଵାଇସି କରିପାରିବେ ପିଡିଏସ୍ ହିତାଧିକାରୀ। ପୂର୍ବରୁ ଅକ୍ଟୋବର ୩୧ ଇ-କେଓ୍ଵାଇସିର ଶେଷ ତାରିଖ ଥିବାବେଳେ ଏହାକୁ ଡିସେମ୍ବର ୩୧ ତାରିଖ ଯାଏଁ ବୃଦ୍ଧି କରାଯାଇଛି। ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପିଡିଏସ ହିତାଧିକାରୀଙ୍କୁ ମିଳିଲା ଆଉ ଏକ ସୁଯୋଗ। ପୁଣି ଆରମ୍ଭ ହୋଇଛି ଆଧାରଭିତ୍ତିକ ଇ-କେଓ୍ଵାଇସି ପ୍ରକ୍ରିୟା। ଏହି ପ୍ରକ୍ରିୟା ଆସନ୍ତା ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।

ବର୍ତ୍ତମାନ ସମସ୍ତ ୧୧,୮୨୭ଟି ଖାଉଟି ସୁଲଭ ମୂଲ୍ୟ ଦୋକାନ, ୩୧୪ଟି ବ୍ଲକ ଏବଂ ୬୪ଟି ପୌରାଞ୍ଚଳ କାର୍ଯ୍ୟାଳୟରେ ଥିବା ରାସନ କାର୍ଡ ପରିଚାଳନା କେନ୍ଦ୍ରଗୁଡ଼ିକରେ ଇ-କେଓ୍ଵାଇସି ପ୍ରକ୍ରିୟା ଜାରି ରହିଛି।

କୌଣସି କାରଣରୁ ଯଦି ହିତାଧିକାରୀ ଇ-କେଓ୍ଵାଇସି କରିନଥିବେ ତେବେ ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରାସନ କାର୍ଡ ପରିଚାଳନା କେନ୍ଦ୍ରକୁ ଯାଇ ଇ-କେଓ୍ଵାଇସି କରିପାରିବେ।

Tags: #RationCard #EKYC #OdishaGovt

Comment