ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜଳେଶ୍ଵର ବିଧାୟକ ଅଶ୍ଵିନୀ ପାତ୍ର। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଅନସୂୟା ପ୍ରଧାନ, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ‘କୃଷି ଐତିହ୍ୟରେ ଜୈବ ବିବିଧତା ସଂରକ୍ଷରଣରେ ମହିଳାଙ୍କ ଭୂମିକା’ ପ୍ରସଙ୍ଗରେ ମତକ୍ତବ୍ୟ କରିଥିଲେ।

ଏହି ଅବସରରେ ନୀଳଗିରି ଏବଂ ଔପଦା ବ୍ଲକର ୭୦ରୁ ଅଧିକ ମାଣ୍ଡିଆ ଚାଷୀ, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ଫକୀରମୋହନ ବିଶ୍ଵବିଦ୍ୟାଳୟର ସାମାଜିକ କର୍ମୀ ବିଭାଗର ସ୍ନାତକୋତ୍ତର ବିଦ୍ୟାର୍ଥୀ, ଜିଲ୍ଲାସ୍ତରୀୟ କୃଷି ଓ ଆନୁସଙ୍ଗିକ ବିଭାଗର ଅଧିକାରୀଙ୍କ ସମେତ ଜିଲ୍ଲାର ସମସ୍ତ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, ଗୋଷ୍ଠୀ କୃଷି ଅଧିକାରୀ ତଥା କୃଷି କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଚାଷୀ, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ କୃଷି ଉତ୍ପାଦକଙ୍କୁ ପୁରସ୍କୃତ କରାଯାଇଥିଲା।

ସଦର ସହକାରୀ କୃଷି ଅଧିକାରୀ ଲିଜା ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପୌରୋହିତ୍ୟ କରିଥିଲେ। ଶେଷରେ ସହକାରୀ କୃଷି ନିର୍ଦ୍ଦେଶକ ସରୋଜ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Tags: #Balasore #MilletsDay #DistrictLevelEvent #MandiaDibas

Comment