ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ଜିଲ୍ଲାବସ୍ତା ଓ ବାଲିଆପାଳ ବ୍ଲକରେ ଅନୁଷ୍ଠିତ ହେଲା ଗ୍ରାମ ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର। ବିଧାୟିକା ସୁବାସିନୀ ଜେନା ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ମୌଳିକ ସମସ୍ୟା ବିଷୟରେ ଅବଗତ ହେବା ସହ ସେଗୁଡ଼ିକର ସମାଧାନ ପାଇଁ ଏହି ପ୍ରୟାସ ଆରମ୍ଭ କରିଛନ୍ତି।
ବସ୍ତା ବ୍ଲକର ଇଡ଼ିଦା ପଞ୍ଚାୟତ ଏବଂ ବାଲିଆପାଳ ବ୍ଲକର କୁଣ୍ଡୁଳି ପଞ୍ଚାୟତଠାରେ ଶୁକ୍ରବାର ଦିନ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ସାଧାରଣ ଜନତା ଶିବିରରେ ଉପସ୍ଥିତ ରହି ବିଧାୟିକଙ୍କ ନିକଟରେ ବିଭିନ୍ନ ସମସ୍ୟା ଉପସ୍ଥାପନ କରିଥିଲେ। ବିଧାୟିକା ସମସ୍ତ ଅଭିଯୋଗ ଶୁଣିବା ସହିତ ତୁରନ୍ତ ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ।
ଶିବିରରେ ଇଡ଼ିଦା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଦେବୀ ପ୍ରସାଦ ଭଞ୍ଜ, ପଞ୍ଚାୟତ ପିଇଓ ପ୍ରଦୀପ ଆଦେକ, ଏଡିଇଓ କିଶୋର ଚନ୍ଦ୍ର ସାହୁ ଉପସ୍ଥିତ ରହିଥିବାବେଳେ କୁଣ୍ଡୁଳି ପଞ୍ଚାୟତର ସରପଞ୍ଚ ଜୟନ୍ତ ଦାସ, ସମିତି ସଭ୍ୟା ନମିତା ମଲ୍ଲିକ, ପିଇଓ ଗୌତମ ସେଠୀ, ଏଡିଇଓ ମାନସ ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Tags: #PublicHearing #Basta #Balasore #Grampanchayat #Odisha


















