ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୨୦ରୁ ଗୋଆରେ ହେବାକୁ ଥିବା ୫୬ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍ ଅଫ୍ ଇଣ୍ଡିଆ (ଆଇଏଫ୍ଏଫ୍ଆଇ) ରେ ପ୍ରଦର୍ଶିତ ହେବ ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶିତ ଓଡ଼ିଆ ପ୍ରାମାଣିକ ଚଳଚ୍ଚିତ୍ର ‘ମହିମା ଅଲେଖ’।

ଭାରତୀୟ ପାନୋରମାର କ୍ଷୁଦ୍ର ଓ ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ପ୍ରଦର୍ଶନ ପାଇଁ ଏହି ଚଳଚ୍ଚିତ୍ର ମନୋନୀତ ହୋଇଛି।

‘ମହିମା ଧର୍ମ’ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ​କାଦମ୍ବିନୀ ମିଡିଆ ଏବଂ ଡିଜି ଫାଇଭ୍ ସିର ମିଳିତ ବ୍ୟାନରରେ ନିର୍ମିତ ହୋଇଛି। ଡକ୍ଟର ଇତି ସାମନ୍ତ ଓ ଡକ୍ଟର ସ୍ନେହଶ୍ରୀ ସ୍ୱାଇଁ ଏହାର ପ୍ରଯୋଜନା କରିଥିବା ବେଳେ ସିନେମାଟୋଗ୍ରାଫର ଭାବେ ମାନସ ରଥ ଏବଂ ସତ୍ୟଜିତ ମହାନ୍ତି ଦାୟିତ୍ଵ ସମ୍ପାଦନ କରିଛନ୍ତି। ଏହାର ସହ-ନିର୍ଦ୍ଦେଶକ ରହିଛନ୍ତି ଗୀତିମୁଗ୍ଧ ସାହାଣୀ।

ଏହା ପୂର୍ବରୁ ନିର୍ଦ୍ଦେଶକ ହିମାଂଶୁ ଖଟୁଆଙ୍କ ‘ଦ ସି ଆଣ୍ଡ ସେଭେନ୍ ଭିଲେଜେସ୍’ ଚଳଚ୍ଚିତ୍ର ଇଣ୍ଡିଆନ ପାନୋରମାରେ ସ୍ଥାନ ପାଇବା ସହ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲା।

Tags: #MahimaAlekh #OdiaFilm #NonFeatureFilm #IndianPanorama #IFFI2025

Comment