ଓଡ଼ିଶାଲାଇଭ୍ ବ୍ୟୁରୋ

କିନ୍ନରମାନଙ୍କ ସଂଘର୍ଷଣମୟ କାହାଣୀକୁ ନେଇ ପ୍ରସ୍ତୁତ ହୋଇଥିବା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ଟି’ ର ଗୁରୁବାର ଦିନ ଟିଜର ରିଲିଜ ହୋଇଛି। ଭୁବନେଶ୍ଵରର ଏକ ଘରୋଇ ହୋଟେଲରେ ଏହି ଚଳଚ୍ଚିତ୍ରର ଟିଜର ରିଲିଜ କରିଛନ୍ତି ଚଳଚ୍ଚିତ୍ର ନିର୍ଦ୍ଦେଶକ ଜିତେଶ କୁମାର ପରିଡ଼ା। ଚଳଚ୍ଚିତ୍ରଟି ମେ ୨୫ ତାରିଖରେ ରାଜ୍ୟର ସମସ୍ତ ସିନେମା ହଲରେ ରିଲିଜ ହେବ।

ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନା ସାହୁଙ୍କ ଜୀବନୀ ଉପରେ ଏହି ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି । ଉଚ୍ଚ ଶିକ୍ଷିତ ବିଷ୍ଣୁ ସାହୁ କିଭଳି କିନ୍ନର ହୋଇଥିବାରୁ ସମାଜରେ ପ୍ରତାଡିତ ହୋଇ ମଧ୍ୟ ସଂଘର୍ଷ କରି ମେଘନା ସାହୁ ଭାବେ ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ତାହା ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି।

ଗୁରୁବାର ଚଳଚ୍ଚିତ୍ରର ଟିଜର ରିଲିଜ ହୋଇଥିବା ବେଳେ ଫ୍ୟାନ୍ସମାନେ ଏହାକୁ ବେଶ୍ ପସନ୍ଦ କରିଛନ୍ତି।ଏଥିରେ ଅଭିନେତା ଦେବାଶିଷ ସାହୁ ମେଘନାଙ୍କ ଚରିତ୍ରରେ ନଜର ଆସିଛନ୍ତି। ଦେବାଶିଷଙ୍କ ବ୍ୟତୀତ ଉଷସୀ ମିଶ୍ର, ହରି ରଥ,ରଣବୀର କଲସି ଓ ପ୍ରସନଜିତ ମହାପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।

ପୂର୍ବରୁ ୭୫ତମ କ୍ୟାନ୍ସ ‘ଫିଲ୍ମ ଫେଷ୍ଟିଭାଲରେ’ ଚଳଚ୍ଚିତ୍ର ‘ଟି’ ର ଟ୍ରେଲର ଏବଂ ପୋଷ୍ଟରକୁ ରିଲିଜ କରାଯାଇଥିଲା। ଯାହାକୁ ଉପସ୍ଥିତ ଥିବା ଦର୍ଶକ ବେଶ୍ ପସନ୍ଦ କରିଥିଲେ।

Tags: #odiaFilm #T #Transgender #story #odisha

Comment