ଓଡ଼ିଶାଲାଇଭ୍ ବ୍ୟୁରୋ
କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଇଭିଏମ ମେସିନ ତଥା ଆନୁଷଙ୍ଗିକ ସାମଗ୍ରୀ ସହ ବୁଥଗୁଡ଼ିକରେ ପହଞ୍ଚିଛନ୍ତି ପୋଲିଂ ଅଧିକାରୀ।
ମୋଟ ୩୫୮ଟି ବୁଥ ପାଇଁ ୩୬୮ ଜଣ ପୋଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତି। ୮ଟି ଅତି ସମ୍ବେଦନଶୀଳ ବୁଥରେ ହେଲିକପ୍ଟର ଯୋଗେ ପହଁଚିଛନ୍ତି ପୋଲିଂ ପାର୍ଟି।
ନଭେମ୍ବର ୧୧ ତାରିଖ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ। ତେବେ ସମ୍ବେଦନଶୀଳ ବୁଥଗୁଡ଼ିକରେ ଅପରାହ୍ଣ ୪ଟା ଯାଏଁ ମତଦାନ ହେବ। ସମ୍ବେଦନଶୀଳ ବୁଥରେ ସଶସ୍ତ୍ର ସୁରକ୍ଷାକର୍ମୀ ମୁତୟନ ରହିବେ।
୨୦୨୫ ସେପ୍ଟେମ୍ବର ୮ ତାରିଖରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ପରଲୋକ ଘଟିଥିଲା। ଖାଲି ପଡ଼ିଥିବା ଏହି ଆସନ ଲାଗି ଉପନିର୍ବାଚନ ହେବାକୁ ଯାଉଛି।
ଉପନିର୍ବାଚନରେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ।
Tags: #Nuapada #NuapadaAssemblyByElection #Vote #Politics #Odisha #BJP #BJD #Congress














