ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସିଭିଲ ସର୍ଭିସେସ୍ (ଓସିଏସ) ପରୀକ୍ଷା ୨୦୨୩ର ଟପ୍ପର ହେଉଛନ୍ତି ପ୍ରିୟାଂଶୁ ପାଲ। କଠିନ ପରିଶ୍ରମ ଓ ଦୃଢ଼ ବିଶ୍ୱାସ ଯୋଗୁଁ ଏହି ପରୀକ୍ଷାରେ ୧ ନମ୍ବର ରାଙ୍କ ହାସଲ କରିଛନ୍ତି ସେ। ଏହି ସଫଳତା ପାଇଁ ନିଜ ପରିବାର ଓ ପ୍ରିୟଜନଙ୍କୁ ଶ୍ରେୟ ଦେଇଛନ୍ତି ପ୍ରିୟାଂଶୁ।
ଚାକିରି ସହିତ ଓଏଏସ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ପ୍ରିୟାଂଶୁଙ୍କ ପାଇଁ ଥିଲା ବଡ଼ ଚ୍ୟାଲେଞ୍ଜ। ନିଜ ମନୋବଳକୁ ଦୃଢ଼ କରି ଲକ୍ଷ୍ୟ ପଥରେ ଆଗେଇ ଚାଲିଥିଲେ ସେ। ବାରମ୍ବାର ବିଫଳତା ପରେ ବି ଜାରି ରଖିଥିଲେ ପ୍ରୟାସ। ଚତୁର୍ଥ ପ୍ରୟାସରେ ମିଳିଥିଲା ତାଙ୍କୁ ଏହି ସଫଳତା।
ଖାଲି ହାର୍ଡୱାର୍କ ନୁହେଁ ଓସିଏସ୍ ପରୀକ୍ଷାରେ ସଫଳତା ପାଇବାକୁ ହେଲେ ସ୍ମାର୍ଟୱାର୍କ ମଧ୍ୟ ଜରୁରୀ ବୋଲି ସେ କହିଛନ୍ତି। କେଉଁ ବିଷୟକୁ କେତେ ସମୟ ଦେଲେ ଭଲ ମାର୍କ ରହିବ ଟିପ୍ସ ଦେଇଛନ୍ତି ପ୍ରିୟାଂଶୁ।
ଓଡ଼ିଶାଲାଇଭର ସାକ୍ଷାତକାରରେ ଓସିଏସ୍ ପରୀକ୍ଷା ପ୍ରସ୍ତୁତିକୁ ନେଇ ଅନେକ ଗୁରୁତ୍ଵପୂର୍ଣ୍ଣ କଥା କହିଛନ୍ତି ପ୍ରିୟାଂଶୁ ପାଲ। ଦେଖନ୍ତୁ ଭିଡିଓ।
Tags: #OCSSuccessStories #PriyanshuPal #OASTopper #OCSPreparation #OdishaCivilServices #Careertalk













