ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୨୧୮ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ୭୨ଜଣ ମହିଳା ଅଛନ୍ତି। ୨ ନମ୍ବର ରାଙ୍କ୍‌ରେ ଅଛନ୍ତି ୠତୁପର୍ଣ୍ଣା ମହାପାତ୍ର। ଆସନ୍ତୁ ଜାଣିବା ଏହି ସଫଳତା ପାଇବା ପାଇଁ କ’ଣ ଥିଲା ୠତୁପର୍ଣ୍ଣାଙ୍କ ଷ୍ଟ୍ରାଟେଜୀ?

ୠତୁ କହନ୍ତି କେବଳ ଓଏଏସ୍‌ ପାଇଁ ନୁହେଁ ବରଂ ଜୀବନରେ ଯେକୌଣସି ସଫଳତା ପାଇବାକୁ ହେଲେ କଠିନ ପରଶ୍ରମ କରିବାକୁ ପଡ଼େ।

ୠତୁ ଦିନକୁ ୬ରୁ ୭ ଘଣ୍ଟା ପଢ଼ୁଥିଲେ ବୋଲି କହିଛନ୍ତି। ସେହିପରି ଯେଉଁମାନେ ଓଏଏସ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି ସେମାନେ କଠିନ ପରିଶ୍ରମ କରିବା ସହ ନିଜର ଏକ ଷ୍ଟ୍ରାଟଜେୀ ପ୍ରସ୍ତୁତ କରନ୍ତୁ ବୋଲି ସେ କହିଛନ୍ତି।

ଏଥିସହ ସୋସିଆଲ ମିଡିଆର ବ୍ୟବହାର ଠିକ ବାଟରେ କରିବାକୁ ଏବଂ ସବୁବେଳେ ପୂର୍ବ ବର୍ଷର ପ୍ରଶ୍ନପତ୍ର ଦେଖି ପ୍ରସ୍ତୁତ ହେବାକୁ କହିଛନ୍ତି ୠତୁ।

‘‘ମୁଁ ବିଶ୍ୱାସ କରେ ଯେ ସମସ୍ତେ ନିଜ ନିଜର ପରିଶ୍ରମ ଏବଂ ଦକ୍ଷତା ଅନୁଯାୟୀ ଫଳ ପାଇଥା’ନ୍ତି। ମୋ’ ସଫଳତାରେ ମୁଁ ବେଶ୍‌ ଖୁସି’’, କହିଛନ୍ତି ଋତୁପର୍ଣ୍ଣା ମହାପାତ୍ର।

Comment