ଓଡ଼ିଶାଲାଇଭ୍ ବ୍ୟୁରୋ

(ବିହାର): ଭାଗଲପୁରଠାରେ ଡିସେମ୍ବର ୨୭ ଓ ୨୮ ତାରିଖ ଦୁଇଦିନ ଆୟୋଜିତ ହେବାକୁ ଯାଉଛି ୱେବ ଜର୍ଣ୍ଣାଲିଷ୍ଟସ ଆସୋସିଏସନ ଅଫ ଇଣ୍ଡିଆ (ଡବ୍ଲ୍ୟୁଜେଏଆଇ) ର ସପ୍ତମ ପ୍ରତିଷ୍ଠା ଦିବସ ସମାରୋହ ଏବଂ ୱେବ ମିଡିଆ ସମାଗମ। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ସାରା ଦେଶରୁ ୱେବ ସାମ୍ବାଦିକ, ମିଡିଆ ବିଶେଷଜ୍ଞ ଏବଂ ବିଭିନ୍ନ କ୍ଷେତ୍ରର ଅତିଥିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ସଂଗଠନର ରାଷ୍ଟ୍ରୀୟ ମୁଖପାତ୍ର ମୁରଲୀ ମନୋହର ଶ୍ରୀବାସ୍ତବ କହିଛନ୍ତି ଯେ, ଏହି ସମାଗମ ୱେବ୍ ମିଡିଆ ଜଗତ ପାଇଁ ଏକ ବିଶେଷ ଓ ସ୍ମରଣୀୟ ହେବ।
କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଡବ୍ଲ୍ୟୁଜେଏଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ଆନନ୍ଦ କୌଶଲ କହିଛନ୍ତି, “ଏହି ଆୟୋଜନ କେବଳ ସଂଗଠନର ସାତ ବର୍ଷର ଉପଲବ୍ଧିର ଉତ୍ସବ ନୁହେଁ, ବରଂ ୱେବ ମିଡିଆର ବିଭିନ୍ନ ଦିଗ ଉପରେ ବିଚାର ବିମର୍ଶ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ହେବ।”
ଏହି ଦୁଇଦିନିଆ ସମାରୋହରେ ମିଡିଆ ସମ୍ବନ୍ଧୀୟ କର୍ମଶାଳା, ଆଲୋଚନା ସଭା, ସମ୍ମାନ ପ୍ରଦାନ ସମାରୋହ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବା ନେଇ ଆୟୋଜନ କମିଟି ପକ୍ଷରୁ ସୂଚନା ଦିଆଯାଇଛି।
Tags: #WJAIFoundationDay #MediaSamagam #Bhagalpur #Bihar










