ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ପଡୋଶୀ ରାଜ୍ୟ ବିହାରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ସାଙ୍ଗକୁ ଭୀଷଣ ବଜ୍ରପାତ ହୋଇ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୯ ଜଣ ଗୁରୁତର ହୋଇଛନ୍ତି। ଏନେଇ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସରକାରୀ ଶୁତ୍ର ମୂତାବିକ, ବିହାରର ଭାଗଲପୁର, ସହର୍ସ, ପୁର୍ଣ୍ଣିଆ, ଆରାରିଆ, କଟିହାର, ଜାମୁଇ, ଖଗରିଆ, ମଦିପୁରା, ମଧୁବନି, ଦରଭଙ୍କା, ସିତାମରି, ମିଟିଗରି ଏବଂ ଗୟା ଜିଲ୍ଲାରେ ବଜ୍ରପାତ ପଡ଼ି ୩୦ ଜଣଙ୍କ ମୃତ୍ୟୁ ହୋଇଛି।

ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଏନେଇ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଆର୍ଥିକ ସହାୟତ ଘୋଷଣା କରିଛନ୍ତି। ରାଜ୍ୟରେ ପାଣିପାଗର ପରିବର୍ତ୍ତନ ଏବଂ ମୌସୁମୀ ପ୍ରଭାବରୁ ରାଜ୍ୟରେ ଏହି ଭଳି ବଜ୍ରପାତ ପଡ଼ିଥିବା ପାଣିପାଗ ବିଭାଗ କହିଛି। ତେବେ ବିହାରରେ ଏହା ପ୍ରଥମ ଥର ପାଇଁ ହୋଇନାହିଁ। ଏହା ପୂର୍ବରୁ ରାଜ୍ୟରେ ଗତ ମଙ୍ଗଳବାର ଦିନ ବଜ୍ରପାତ ଆଘାତରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା।

Comment