ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନ ୨୦୧୯ରେ ବିହାରର ହଟ୍‌ ସିଟ୍‌ ପାଲଟିଛି ବେଗୁସରାଇ। ବେଗୁସରାଇ ଆସନରେ ସମସ୍ତଙ୍କ ନଜର ରହିଛି।  ପ୍ରଥମ ଥର ନିର୍ବାଚନ ଲଢ଼ୁଥିବା ଜେଏନ୍‌ୟୁ ଛାତ୍ର ସଙ୍ଘର ପୂର୍ବତନ ସଭାପତି କହ୍ନେୟା କୁମାର ଏଥର ଏହି ଲୋକସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି।

ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ)ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ମଙ୍ଗଳବାର କହ୍ନେୟା କୁମାର ଏହି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ। ଏକ ବିଶାଳ ଶୋଭାଯାତ୍ରାରେ ସେ ହଜାର ହଜାର ସମର୍ଥକଙ୍କ ସହ ପ୍ରାର୍ଥିପତ୍ର ଦାଖଲ ପାଇଁ ବାହାରିଛନ୍ତି।

ଏହି ଆସନରୁ କହ୍ନେୟା କୁମାରଙ୍କୁ ଟକ୍କର ଦେବେ ବିଜେପି ପ୍ରାର୍ଥୀ ଗିରିରାଜ ସିଂହ। କହ୍ନେୟା କୁମାରଙ୍କ ବିପକ୍ଷରେ କେବଳ ଗିରିରାଜ ସିଂହ ନୁହଁନ୍ତି ଆରଜେଡି ପ୍ରାର୍ଥୀ ତନବୀର ହସନ ମଧ୍ୟ ଅଛନ୍ତି। ଏଠାରେ ତ୍ରିମୁଖୀ ଲଢ଼େଇ ହେବ। ଏହି ଆସନରେ ଚତୁର୍ଥ ପର୍ଯ୍ୟାୟରେ ଅର୍ଥାତ୍‌ ଏପ୍ରିଲ ୨୯ରେ ମତଦାନ ହେବ।

Comment