ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆପଡ଼ାରେ ବାଜି ମାରିଲା ବିଜେପି। ବିଧାନସଭା ଉପନିର୍ବାଚନରେ ବିଜୟୀ ହେଲେ ଦିବଙ୍ଗତ ନେତା ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ। ନିକଟତମ ପ୍ରତିଦ୍ଵନ୍ଦ୍ଵୀଙ୍କଠାରୁ ୮୩ ହଜାର ୭୪୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି ଜୟ। ନୂଆପଡ଼ାରେ ବିପୁଳ ବିଜୟ ପରେ ବିଜେପି ଶିବିରରେ ଆରମ୍ଭ ହୋଇଛି ସେଲିବ୍ରେସନ।

ଜୟ ଢୋଲକିଆଙ୍କ ସପକ୍ଷରେ ପଡ଼ିଛି ୧,୨୩,୮୬୯ ଖଣ୍ଡ ଭୋଟ। ଉପନିର୍ବାଚନରେ ଦ୍ଵିତୀୟ ସ୍ଥାନରେ ରହିଥିବା କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ମିଳିଛି ୪୦,୧୨୧ ଖଣ୍ଡ ଭୋଟ। ସବୁଠୁ ବଡ଼କଥା ହେଉଛି ଏହି ଉପନିର୍ବାଚନରେ ବିଜେଡି ତୃତୀୟ ସ୍ଥାନକୁ ଖସିଯାଇଛି। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରୀଆଙ୍କୁ ମିଳିଛି ମାତ୍ର ୩୮,୪୦୮ ଭୋଟ।

ଏହି ସଫଳତା ପରେ ନିଜ ପରିବାର ଏବଂ ସମର୍ଥକଙ୍କ ସହ ଶୋଭାଯାତ୍ରାରେ କରିଛନ୍ତି ଜୟ ଢୋଲକିଆ।

୧୬ ରାଉଣ୍ଡ ଭୋଟ ଗଣତି ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରୀଆ ଦ୍ଵିତୀୟ ସ୍ଥାନରେ ରହି ଥିଲେ। ତୃତୀୟରେ ରହିଥିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ତେବେ ୧୭ ରାଉଣ୍ଡ ଭୋଟ ଗଣତି ବେଳକୁ ବଦଳି ଥିଲା ଟ୍ରେଣ୍ଡ। ୨୮,୩୬୬ ଭୋଟ ସହ ଦ୍ଵିତୀୟ ସ୍ଥାନକୁ ଆସିଯାଇଥିଲେ ଘାସିରାମ ମାଝୀ।

୨୦୨୫ ସେପ୍ଟେମ୍ବର ୮ ତାରିଖରେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କର ପରଲୋକ ଘଟିଥିଲା। ଖାଲି ପଡ଼ିଥିବା ଏହି ଆସନ ଲାଗି ନଭେମ୍ବର ୧୧ ତାରିଖରେ ଉପନିର୍ବାଚନ ହୋଇଥିଲା।

Tags: #Politics #OdishaPolitics #NuapadaByElection #NuapadaResult #JayDholkia #BJP #BJD #Congress

Comment