ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ନାହାନ୍ତି ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଦେଓଲ। ସୋମବାର ଦିନ ୮୯ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ଧର୍ମେନ୍ଦ୍ର ଅସୁସ୍ଥ ଥିଲେ।
କିଛି ଦିନ ପୂର୍ବରୁ ଅସୁସ୍ଥତା କାରଣରୁ ଧର୍ମେନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେତେବେଳେ ତାଙ୍କର ଦେହାନ୍ତ ହୋଇଥିବା ନେଇ ଗୁଜବ ହୋଇଥିଲା। ପରେ ସେ ଜୀବତ ଥିବା ପରିବାର ଲୋକେ ସ୍ପଷ୍ଟ କରିଥିଲେ।
ସ୍ଵାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ଧର୍ମେନ୍ଦ୍ର ଡାକ୍ତରଖାନରୁ ଘରକୁ ଫେରିଥିଲେ। ତେବେ ମାତ୍ର କିଛି ଦିନ ପରେ ତାଙ୍କର ଦେହାନ୍ତ ଖବର ଆସିଛି। ମୁମ୍ବାଇର ଭିଲେ ପାର୍ଲେ ଶ୍ମଶାନରେ ଆତ୍ମୀୟସ୍ଵଜନଙ୍କ ଗହଣରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।
୧୯୬୦ରେ ହିନ୍ଦୀ ସିନେମା ‘ଦିଲ ଭି ତେରା ହମ ଭି ତେରେ’ ଜରିଆରେ ବଲିଉଡକୁ ଏଣ୍ଟ୍ରି କରିଥିଲେ ଧର୍ମେନ୍ଦ୍ର। ୩ ଶହରୁ ଅଧିକ ସିନେମାରେ ନିଜ ଅଭିନୟରେ ଦର୍ଶକଙ୍କ ହୃଦୟ ଜିଣିଛନ୍ତି ଧର୍ମେନ୍ଦ୍ର।
୧୯୯୭ରେ ତାଙ୍କୁ ଫିଲ୍ମ ଫେୟାର ଲାଇଫ୍ ଟାଇମ୍ ଆଚିଭମେଣ୍ଟ ସମ୍ମାନ ମିଳିଥିବା ବେଳେ ୨୦୧୧ରେ ତାଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୧୨ ମସିହାରେ ଧର୍ମେନ୍ଦ୍ର ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ।
Tags: #DharmendraDeol #BollywoodVeteranActor #Death #Mumbai
















