ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ଵର): ଭୁବନେଶ୍ଵରସ୍ଥିତ ୟୁନିଟ-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ହୋଇଛି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା-୨୦୨୫। ଡିସେମ୍ବର ୬ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ୧୭ ତାରିଖ ଯାଏଁ ଚାଲିବ।
ପୁସ୍ତକ ମେଳାର ଦ୍ୱିତୀୟ ଦିନରେ କେତକୀ ଫାଉଣ୍ଡେସନ ଟ୍ରଷ୍ଟର ଷ୍ଟଲରେ ଭିଡ଼ ଦେଖିବାକୁ ମିଳିଥିଲା। ଅନେକ ସାହିତ୍ୟିକ, ଛାତ୍ରଛାତ୍ରୀ ଏବଂ ପୁସ୍ତକ ପ୍ରେମୀ ଏଠାରେ ଥିବା ଭିନ୍ନ ଭିନ୍ନ ସାହିତ୍ୟ ସଂଗ୍ରହକୁ ଖୁବ ପସନ୍ଦ କରିଥିଲେ।
ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟାରେ ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟଙ୍କ ପୁସ୍ତକ ‘ଆମ ସମୟର ମଣିଷ’ ଉନ୍ମୋଚିତ ହୋଇଥିଲା। ଅନେକ ପାଠକ ଦେବଦାସ ଛୋଟରାୟଙ୍କ ଦସ୍ତଖତ ସହିତ ‘ଆମ ସମୟର ମଣିଷ’ ପୁସ୍ତକକୁ ନେଇ ଖୁସି ବ୍ୟକ୍ତ କରିଥିଲେ।
କେତକୀ ଫାଉଣ୍ଡେସନ ଟ୍ରଷ୍ଟ ଷ୍ଟଲରେ କବିତା, ଉପନ୍ୟାସ, ଇତିହାସ, କଫି ଟେବୁଲ ବୁକ୍, ଭ୍ରମଣ ସାହିତ୍ୟ, ନାଟକ ଏବଂ ଆତ୍ମଜୀବନୀରୁ ଆରମ୍ଭ କରି ଜୀବନୀ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାଶନର ଭିନ୍ନ ଭିନ୍ନ ସଂଗ୍ରହ ରହିଛି। ତେବେ ଏଠାରେ ଖ୍ୟାତନାମା କବି ଜୟନ୍ତ ମହାପାତ୍ରଙ୍କ ଦ୍ଵାରା ସମ୍ପାଦିତ ପୁରୁଣା ପତ୍ରିକା ‘ଚନ୍ଦ୍ରଭାଗା-୨୧’ର ପୁନଃ ପ୍ରକାଶିତ ସଂସ୍କରଣ ମୁଖ୍ୟ ଆକର୍ଷଣ ପାଲଟିଛି।
Tags: #OdishaStateBookFestival2025 #DevdasChhotray #Author #Book
















