ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା। ଜାଡ଼ର ମାଡ଼ରେ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି ସାଧାରଣ ଜୀବନଜାପନ। ସକାଳ ୭ଟାରେ ମଧ୍ୟ ଘରୁ ବାହାରି ମୁସକିଲ ହୋଇପଡ଼ୁଛି। ଏହାରି ମଧ୍ୟରେ ଘନ କୁହୁଡ଼ି ଏବଂ ଶୀତ ଲହରୀ ଡିସେମ୍ବର ୧୪ ତାରିଖ ଯାଏଁ ଜାରି ରହିବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଘନ କୁହୁଡ଼ି ଏବଂ ଶୀତ ଲହରୀ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।
ଡିସେମ୍ବର ୧୦ ତାରିଖ ଘନ କୁହୁଡ଼ି ଏବଂ ଶୀତ ଲହରୀ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା ଏବଂ ଅନୁଗୁଳ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଡିସେମ୍ବର ୧୦ରୁ ୧୨ ତାରିଖ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ସୋନପୁର, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଜିଲ୍ଲାକୁ ଶୀତ ଲହରୀ ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।
ରାଜ୍ୟର କେତେକ ଜିଲ୍ଲାରେ ତାପମାତ୍ରା ଖସିବା ସହ ଶୀତ ବଢ଼ିବାକୁ ଲାଗିଛି। ଡିସେମ୍ବର ୧୦ ଓ ୧୧ ତାରିଖରେ ଫୁଲବାଣୀର ତାପମାତ୍ରା ୬ ଡିଗ୍ରୀକୁ ଖସିବା ଆସିବା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ରାଉରକେଲା ଏବଂ ଝାରସୁଗୁଡ଼ାରେ ତାପମାତ୍ରା ୮ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଛି। ସୁନ୍ଦରଗଡ଼, ଅନୁଗୁଳ, ଭବାନୀପାଟଣାରେ ତାପମାତ୍ରା ୯ ଡିଗ୍ରୀ ରହିବା ସହ ଅନ୍ୟ ସବୁ ଜିଲ୍ଲାରେ ତାପମାତ୍ରା ୧୭ ଡିଗ୍ରୀ ତଳେ ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।
ଡିସେମ୍ବର ୧୨ ତାରିଖରେ ପୁଲବାଣୀରେ ତାପମାତ୍ରା ୭ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଛି। ରାଉରକେଲା, ଝାରସୁଗୁଡ଼ା, ଭବାନୀପାଟଣା, କୋରାପୁଟରେ ତାପମାତ୍ରା ୯ ଡିଗ୍ରୀ ରହିବାର ସମ୍ଭାବନା ରହିଛି। ତେବେ ଅନ୍ୟ ସମବୁ ଜିଲ୍ଲାରେ ତାପମାତ୍ରା ୧୭ ଡିଗ୍ରୀ ତଳେ ରହିବା ନେଇ ପୂର୍ବାନୁମାନ କରାଯାଇଛି।
ଡିସେମ୍ବର ୧୩ ତାରିଖ ଫୁଲବାଣୀରେ ତାପମାତ୍ରା ୭ ଡିଗ୍ରୀ ଏବଂ ରାଉରକେଲାରେ ୯ ଡିଗ୍ରୀ ରହିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଅନୁଗୁଳ, ଭବାନୀପାଟଣା, କୋରାପୁଟରେ ୧୦ ଡିଗ୍ରୀ, ବଲାଙ୍ଗୀର, ସୋନପୁରରେ, ବୌଦ୍ଧ, ଓ ନବରଙ୍ଗପୁରରେ ତାପମାତ୍ରା ୧୧ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଛି। ତେବେ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ତାପମାତ୍ରାର ୧୮ ଡିଗ୍ରୀ ତଳେ ରହିବ।
ସେହିପରି ଡିସେମ୍ବର ୧୪ ତାରିଖରେ ଫୁଲବାଣୀରେ ତାପମାତ୍ରା ୭ ଡିଗ୍ରୀ ରହିବାର ସମ୍ଭବନା ଅଛି। ରାଉରକେଲାର ତାପମାତ୍ରା ୯ ଡିଗ୍ରୀ ଏବଂ ସୁନ୍ଦରଗଡ଼, ଝାରସୁଗୁଡ଼ା, ଭବାନୀପାଟଣା, କୋରାପୁଟ ଓ ଅନୁଗୁଳର ତାପମାତ୍ରା ୧୦ ଡିଗ୍ରୀ ରହିବା ନେଇ ପୂର୍ବାନୁମାନ କରାଯାଇଛି। ସୋନପୁର, ବୌଦ୍ଧ, ବଳାଙ୍ଗିର, କେନ୍ଦୁଝର ଓ ନବରଙ୍ଗପୁରରେ ତାପମାତ୍ରା ୧୧ ଡିଗ୍ରୀ ରହିବା ନେଇ ଆକଳନ କରାଯାଇଛି। ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ତାପମାତ୍ରା ୧୮ ଡିଗ୍ରୀ ତଳେ ରହିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
Tags: #Weather #WeatherUpdate #FogWarning #Winter #MCBBSR #IMD #Odisha














