ଓଡ଼ିଶାଲାଇଭ୍ ବ୍ୟୁରୋ

ବାରବାଟୀରେ ଦମ ଦେଖାଇଲେ ଭାରତୀୟ କ୍ରିକେଟ ଟିମ୍। ବଡ଼ ବିଜୟ ସହ ରଚିଲେ ଇତିହାସ। ପରାଜୟ ବରଣ କଲେ ଦକ୍ଷିଣ ଆଫ୍ରିକା ଖେଳାଳି।
ମଙ୍ଗଳବାର ଦିନ କଟକ ବାରବାଟୀରେ ହୋଇଥିବା T20 ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଜୟ ହାସ କରିଛି ଟିମ୍ ଇଣ୍ଡିଆ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୋଲରଙ୍କ ଦମଦାର ବୋଲିଂ ଯୋଗୁଁ ଭାରତକୁ ମିଳିଛି ସ୍ମରଣୀୟ ବିଜୟ।
ହାର୍ଦ୍ଦିକ ପାଣ୍ଡ୍ୟା ଅର୍ଦ୍ଧଶତକ ହାସଲ କରିଥିବା ବେଳେ ମୋଟ ୧୭୫ ରନ କରିଥିଲା ଟିମ୍ ଇଣ୍ଡିଆ। ୧୭୬ ରନର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୧୨.୩ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୭୪ ରନ କରିବାକୁ ସମର୍ଥ ହୋଇଥିଲା।
ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ୫୦ ରନରେ ଦକ୍ଷିଣ ଆଫ୍ରିକାର ଅଧା ଖେଳାଳି ଆଉଟ ହୋଇଥିଲେ। ଦକ୍ଷିଣ ଆଫ୍ରିକା ମାତ୍ର ୧ ରନରେ ପ୍ରଥମ ୱିକେଟ୍ ହରାଇଥିଲା।
Tags: #T20 #Sports #IndiaVsSouthAfrica #TeamIndia

















