ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ଵର): ପ୍ରଦୀପ କୁମାର ବିଶ୍ୱାଳ ଏବଂ ସତ୍ୟପ୍ରିୟ ରଥଙ୍କ ଦ୍ୱାରା ଲିଖିତ ‘ରିଫର୍ମସ ଇନ୍ ଇନଡାଇରେକ୍ଟ ଟ୍ୟାକ୍ସେସ ଇନ୍ ଓଡ଼ିଶା: ଫ୍ରମ ସେଲ୍ସ ଟ୍ୟାକ୍ସ ଟୁ ଭାଟ ଆଣ୍ଡ ଜିଏସଟି’ ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି।
ଭୁବନେଶ୍ଵରସ୍ଥିତ ଗୀତଗୋବିନ୍ଦ ସଦନର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଯୋଗଦେଇ ଏହି ପୁସ୍ତକ ଉନ୍ମୋଚନ କରିଥିଲେ। ଗତ ଦୁଇ ଦଶନ୍ଧି ମଧ୍ୟରେ ଓଡ଼ିଶାର ଅର୍ଥନୈତିକ ପ୍ରଗତି ଉପରେ ଆଲୋକପାତ କରିବା ସହ ସେଲ୍ସ ଟ୍ୟାକ୍ସ ବ୍ୟବସ୍ଥାରେ ସଂସ୍କାର କିପରି ରାଜ୍ୟ ରାଜସ୍ୱ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼େଇ। ଏହି ପୁସ୍ତକ ସମସ୍ତଙ୍କ ପାଇଁ ଉପଯୋଗୀ ହେବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପୂର୍ବତନ ଅର୍ଥ ସଚିବ ଡକ୍ଟର ରବିନାରାୟଣ ସେନାପତି ଯୋଗ ଦେଇ ଏହି ପୁସ୍ତକର ପ୍ରଶଂସା କରିବା ସହ ଉଭୟ ଲେଖକଙ୍କୁ ଅଭିନନ୍ଦନ ଜଣାଇଥିଲେ। ପୂର୍ବତନ ରାଜ୍ୟ ସୂଚନା କମିଶନର ଦିଲ୍ଲୀପ କୁମାର ବିଶୋୟୀ କାର୍ଯ୍ୟକ୍ରମରେ ଯୋଗଦେଇ ପୁସ୍ତକଟିର ଏକ ବିସ୍ତୃତ ସମୀକ୍ଷା ଉପସ୍ଥାପନ କରିବା କରିଥିଲେ। ଏହି ପୁସ୍ତକଟି ଅଧିକାରୀମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ବୋଲି କହିଥିଲେ କମର୍ସିଆଲ ଟ୍ୟାକ୍ସ ଅଫିସର ଲୋପାମୁଦ୍ରା ସିଂହ।
କାର୍ଯ୍ୟକ୍ରମର ଆରମ୍ଭରେ ଉଭୟ ଲେଖକ ପ୍ରଦୀପ କୁମାର ବିଶ୍ୱାଳ ଏବଂ ସତ୍ୟପ୍ରିୟ ରଥ ପୁସ୍ତକ ବିଷୟରେ କହିଥିଲେ। ପ୍ରକାଶକ ପରେଶ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Tags: #ReformsinIndirectTaxesInOdishaFromSalesTaxToVATAndGST #Odisha #PradeepKumarBiswal #DRSatyaPriyaRath #Book


















