ଓଡ଼ିଶାଲାଇଭ୍ ବ୍ୟୁରୋ

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ଵସ୍ତି। ଗାଡ଼ିର ବୈଧ କାଗଜପତ୍ର କରାଇବା ଲାଗି ବଢ଼ିଲା ସମୟ। ଆରସି, ଫିଟନେଟ ଏବଂ ପିୟୁସିସି କରିବା ପାଇଁ ଆସନ୍ତା ୨୦୨୬ ଫେବ୍ରୁଆରି ପହିଲା ଯାଏଁ ସମୟ ଦିଆଯାଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ପୂର୍ବରୁ ୨୦୨୬ ଜାନୁଆରି ପହିଲାରୁ ପେଟ୍ରୋଲ ପମ୍ପଗୁଡ଼ିକରେ କଡ଼ାକଡ଼ି ଭାବେ ଗାଡ଼ିର ପ୍ରଦୂଷଣ ଯାଞ୍ଚ କରିବାକୁ ନିୟମ ରହିଥିଲା। ନୂଆ ନିୟମ ଅନୁସାରେ ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ପେଟ୍ରୋଲ କିମ୍ବା ଡିଜେଲ ମିଳିବ ନାହିଁ ବୋଲି ରାଜ୍ୟ ସରକାର। ଏହା ସହ ୧୦ ହଜାର ଟଙ୍କା ଫାଇନ ଦେବାକୁ କୁହାଯାଇଥିଲା।
ପିୟୁସିସି କରିବାକୁ କିଛି ଦିନ ହେଲା ଟେଷ୍ଟିଂ ସେଣ୍ଟର ନିକଟରେ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି। ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହାର ଅବଧିକୁ ଆହୁରି ମାସେ ବଢ଼ାଇଛନ୍ତି ରାଜ୍ୟ ସରକାର। ମାସକ ଭିତରେ ସମସ୍ତ କାଗଜପତ୍ର କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Tags: #PUCC #Odisha #VehicleFitness


















