ଓଡ଼ିଶାଲାଇଭ୍ ବ୍ୟୁରୋ

(ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଏସିପିଏଲ୍ ସମ୍ମିଳନୀ କକ୍ଷରେ ‘ଭଲ କବିତାର ଖୋଜ୍’ର ୮୧ତମ ଆସରରେ ବିଶିଷ୍ଟ କବି ସୀତାକାନ୍ତ ମହାପାତ୍ରଙ୍କ କବିତା ସମ୍ପର୍କରେ ଏକ କାବ୍ୟ ସନ୍ଧ୍ୟା ଆୟୋଜିତ ହୋଇଯାଇଛି।
‘ଭଲ କବିତାର ଖୋଜ୍’ର ଆବାହକ କବି କୃଷ୍ଣ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ସୀତାକାନ୍ତ କାବ୍ୟ ସନ୍ଧ୍ୟା’ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବିଶିଷ୍ଟ କବି ଓ ସମାଲୋଚକ ଡକ୍ଟର ଗୌତମ ଜେନା। ଡକ୍ଟର ଜେନା କବି ସୀତାକାନ୍ତ ମହାପାତ୍ରଙ୍କ ଉପରେ ଆଲୋଚନା କରିଥିଲେ।
ଡକ୍ଟର ସନ୍ତୋଷ କୁମାର ନାୟକ ଅନ୍ୟତମ ଆଲୋଚକ ଭାବେ ଯୋଗଦେଇ ସୀତାକାନ୍ତ ମହାପାତ୍ରଙ୍କ କବିତା ସମ୍ପର୍କରେ କହିଥିଲେ। ସୀତାକାନ୍ତ ମହାପାତ୍ରଙ୍କ କବିତା ‘ନଈପଠା’, ‘ଖରାବେଳ’, ‘ଏରୋଡ୍ରମ୍’, ‘ଘାସ ଫୁଲ’, ‘ମୋ ଓଡ଼ିଶା’ ଓ ‘କବିତାର ଭରସା’କୁ ଯଥାକ୍ରମେ ପାଠ କରିଥିଲେ ପ୍ରତୀଚି ନନ୍ଦ, ଦୀପିକା ସେନାପତି, କମଳିନୀ କାସ୍ତ, ସାରଙ୍ଗଧର ତ୍ରିପାଠୀ, ଦେବଯାନୀ ଦାସ ଓ ପ୍ରୀତିଲେଖା ଦାସ ପ୍ରମୁଖ।
ଅନ୍ୟମାନଙ୍କ ମଧ୍ୟରେ କବି ଶ୍ରୀଦେବ, ଗାଳ୍ପିକ ଓ କବି ଗଙ୍ଗାଧର ବିଶ୍ୱାଳ, କବି ଉତ୍ପଳ ମହାନ୍ତି, ଡକ୍ଟର ସନ୍ତୋଷ କୁମାର ନାୟକ, ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, କବି ଅଭୟ ଦାସ, କବି ଓ ଗାଳ୍ପିକା ଦେବଯାନୀ ଦାସ, ଅନୁବାଦିକା ଦୀପିକା ସେନାପତି, ମାନସୀ ଜେନା, ଡକ୍ଟର ମହେଶ୍ଵର ପାଢ଼ୀ, ଡକ୍ଟର ସାରଙ୍ଗଧର ତ୍ରିପାଠୀ, କବି ପ୍ରୀତିଲେଖା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଉତ୍ପଳ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
Tags: #BhalaKabitaraKhoj #Balasore #Poetry #Odisha


















