ଓଡ଼ିଶାଲାଇଭ୍ ବ୍ୟୁରୋ

ଦକ୍ଷିଣ ଭାରତର ପାରମ୍ପରିକ ଧଳା ଧୋତି ସହ ଦେହରେ ଧଳାରଙ୍ଗର ସାର୍ଟ। ଆଉ ତା’ସହ ବାମପଟ କାନ୍ଧରେ ପଡ଼ିଥିଲା ଧଳା ରଙ୍ଗର ପାରମ୍ପରିକ ଦକ୍ଷିଣ ଭାରତୀୟ ଗାମୁଛା। କିଛି ଏଭଳି ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ। ଆଉ ଅବସର ଥିଲା ମୋଦି ଓ ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ମଧ୍ୟରେ ଅନୌପଚାରିକ ସାକ୍ଷାତକାରର।

ଶୁକ୍ରବାର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୌପଚାରିକ ସାକ୍ଷାତ ସମୟରେ ମୋଦିଙ୍କୁ ଏଭଳି ସାଉଥ୍ ଇଣ୍ଡିଆନ୍ ବେଶରେ ଦେଖିବାକୁ ମିଳିଥିଲା। ଦକ୍ଷିଣ ଭାରତର ପାରମ୍ପରିକ ପୋଷାକ ‘ଭେସ୍ତି’ ପିନ୍ଧି ଚୀନ୍ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ମୋଦି ସାକ୍ଷାତ କରିଥିଲେ।

ନିର୍ବାଚନ ପ୍ରଚାର ହେଉ କିମ୍ବା କୌଣସି ବିଦେଶ ଗସ୍ତ ସବୁ ସମୟରେ ସବୁବେଳେ ତାଙ୍କର ଭିନ୍ନ ପୋଷାକକୁ ନେଇ ମୋଦୀ ଚର୍ଚ୍ଚାରେ ରହିଆସିଛନ୍ତି। ତେବେ ବର୍ତ୍ତମାନ ମୋଦୀଙ୍କ ଏହି ସାଉଥ୍‌ ଇଣ୍ଡିଆନ୍‌ ଗେଟ୍‌ଅପ୍‌କୁ ନେଇ ଜାତୀୟ ରାଜନୀତି କରିଡରରେ ଚର୍ଚ୍ଚା ଜୋରଧରିଛି।

ମୋଦିଙ୍କ ସହ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ସାଧାରଣ ଭାବେ ଧଳା ରଙ୍ଗର ସାର୍ଟ ପିନ୍ଧି ମୋଦୀଙ୍କୁ ସାକ୍ଷାତ କରିଥିଲେ। ଦୁଇନେତା ଏହି ଅବସରରେ ତାମିଲନାଡୁର ମହାବଳୀପୁରମରେ ଥିବା ଅର୍ଜୁନଙ୍କ ତପସ୍ୟା ସ୍ଥଳକୁ  ବୁଲି ଦେଖିଥିଲେ।

LEAVE A REPLY

Please enter your comment!
Please enter your name here