ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟକୁ କଂଗ୍ରେସ ସ୍ୱାଗତ କରିଛନ୍ତି। ଏହି ରାୟ ଉପରେ କଂଗ୍ରେସର ଆଭିମୁଖ୍ୟ କ’ଣ ରହିଛି ତାହା ସାମ୍ନାକୁ ଆସିଛି। ଏନେଇ କଂଗେସର ଜାତୀୟ ମୁଖପାତ୍ର ରଣଦୀପ ସୁର୍ଯେଓ୍ୱାଲା ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

ଅଯୋଧ୍ୟା ମାମଲାରେ ଦେଶବାସୀଙ୍କ ଆସ୍ଥା ଓ ବିଶ୍ୱାସର ବିଜୟ ହୋଇଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ କଂଗ୍ରେସ ହିଁ ପ୍ରଥମେ ପ୍ରସ୍ତାବ ଦେଇଥିଲା ବୋଲି ସେ କହିଛନ୍ତି।

ସବୁ ଧର୍ମ ଓ ସମୁଦାୟକୁ ଶାନ୍ତି, ସୌହାର୍ଦ୍ଧ୍ୟ ରଖିବାକୁ ସେ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here