ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଆସନ୍ତା ଡିସେମ୍ବର ୨୮ରୁ ବାଲେଶ୍ଵରରେ ହେବ ଚନ୍ଦ୍ରଭାଗୋତ୍ସବ-୨୦୧୯। ଏନେଇ ବୁଧବାର ବସିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି।

ପ୍ରତିବର୍ଷ ବାଲେଶ୍ଵର ଜିଲ୍ଲାରେ ‘ଚନ୍ଦ୍ରଭାଗା’ ଅନୁଷ୍ଠାନ ପକ୍ଷରୁ ‘ଚନ୍ଦ୍ରଭାଗୋତ୍ସବ’ ସଫଳତାର ସହ ଆୟୋଜିତ ହୋଇଆସୁଛି। ବରିଷ୍ଠ କବି ତଥା ‘ଚନ୍ଦ୍ରଭାଗା’ ପତ୍ରିକାର ସମ୍ପାଦକ ଶ୍ରୀଦେବ ହେଉଛନ୍ତି ଏହି ଉତ୍ସବର ମୁଖ୍ୟ। ବାଲେଶ୍ଵର ଜିଲ୍ଲାର ଲେଖକ ଓ ବୁଦ୍ଧିଜୀବୀଙ୍କୁ ନେଇ ଏହି ଉତ୍ସବରେ ଅଭିଷେକ କରାଯାଏ। ଚଳିତ ବର୍ଷ ‘ଚନ୍ଦ୍ରଭାଗୋତ୍ସବ’ ୩୦ ବର୍ଷରେ ପଦାର୍ପଣ କରିଛି।

ବୁଧବାର ସ୍ଥାନୀୟ ହୋଟେଲ କଳିଙ୍ଗରେ ଏନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୩୦ ବର୍ଷର ଚନ୍ଦ୍ରଭାଗୋତ୍ସବ, ୨୫ ବର୍ଷର ବାଲେଶ୍ୱର ବହିମେଳା, ୧୭ ବର୍ଷର ଜାତୀୟ ଚିତ୍ର କର୍ମଶାଳା ଓ ପ୍ରଦର୍ଶନୀ ଆସନ୍ତା ଡିସେମ୍ବର ୨୮ରୁ ସ୍ଥାନୀୟ ଗାନ୍ଧୀସ୍ମୃତି ଭବନରେ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ଏହି ଅବସରରେ ୧୪ଶହ ଜାତୀୟସ୍ତରୀୟ ମହାବିଦ୍ୟାଳୟ ନାଟକୋତ୍ସବ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ହେବ ବୋଲି ସ୍ଥିର ହୋଇଛି। ଏହାବ୍ୟତୀତ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜ୍ୟସ୍ତରୀୟ ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, କୁଇଜ୍ ଓ ବକ୍ତୃତା ପ୍ରତିଯୋଗିତା କରାଯିବାର ନିଷ୍ପତ୍ତି ନିଆଯାଇଛି।

ଏହି ବୈଠକରେ ଡକ୍ଟର ପ୍ରହ୍ଲାଦ ଚରଣ ମହାନ୍ତି, ଧୀରେନ୍ଦ୍ର ନାରାୟଣ ଦାସ, ଡକ୍ଟର ଭାଗବତ ପାଣିଗ୍ରାହୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଏତେ ବର୍ଷ ପୁରୁଣା ଚନ୍ଦ୍ରଭାଗୋତ୍ସବକୁ ‘ଚନ୍ଦ୍ରଭାଗା ଲିଟ୍ ଫେଷ୍ଟ୍’ ବା CLF ନାମିତ କରିବାକୁ ପ୍ରସ୍ତାବ ଦିଆଯାଇଥିଲା।

ଏହି ବୈଠକରେ ବାଲେଶ୍ୱରର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାସ, ସାମ୍ବାଦିକ ବିପ୍ଳବ କୁମାର ମହାନ୍ତି, ରତିକାନ୍ତ ପାତ୍ର, ଅଧ୍ୟାପକ ଦିଲ୍ଲୀପ ରଥ, ବସନ୍ତଲତା ପଟ୍ଟନାୟକ, ପିତାମ୍ବର ପତ୍ରୀ, ନିରଞ୍ଜନ ଖୁଣ୍ଟିଆ, ଆଶିଷ କୁମାର ଚକ୍ରବର୍ତ୍ତୀ, କୁମାର କାର୍ତ୍ତିକ, ଆଲଫା ସରିତା ଦାସ, ହିମାଂଶୁ ଶେଖର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଅବନୀ କୁମାର କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ହେମଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here