ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇର ଶିବାଜୀ ପାର୍କ ଶିବସେନା ପାଇଁ ପୁଣିଥରେ ଖାସ୍‌ ହେବାକୁ ଯାଉଛି। ଏହି ସ୍ଥାନରେ ଆଜି ମହାରାଷ୍ଟ୍ରର ୧୯ତମ ମୁଖ୍ୟମନ୍ତ୍ରୀ ଭାବେ ଉଦ୍ଧବ ଠାକରେ ଶପଥ ନେବେ। ଏଥିପାଇଁ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଶପଥ ଗ୍ରହଣ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ। ତେବେ ଶିବାସନା ପାଇଁ ଏହା କେବଳ ଏକ ପାର୍କ ନୁହେଁ ଏହା ଶିବସେନାର ରାଜନୀତି କେନ୍ଦ୍ର। ଦାଦରସ୍ଥିତ ଏହି ପାର୍କ ସହ ଦୀର୍ଘ ୫୦ ବର୍ଷ ଧରି ଶିବସେନାର ଗଭୀର ସଂପର୍କ ରହିଛି।

 ବାଲା ସାହେବ ଠାକରେଙ୍କ ପ୍ରଥମ ରାଲିର ସାକ୍ଷୀ ଏହି ପାର୍କ

ଶିବସେନା ସଂସ୍ଥାପକ ବାଲା ସାହେବ ଠାକରେ ୧୯୬୬ରେ ଏହି ପାର୍କରୁ ପ୍ରଥମ ରାଲି କରିଥିଲେ। ବାଲ ଠାକରେଙ୍କ ଅନ୍ତିମ ସଂସ୍କାର ସାକ୍ଷୀ ମଧ୍ୟ ଏହି ପାର୍କ ରହିଛି।

ଶିବସେନାର ରାଜନୀତି କେନ୍ଦ୍ର ଏହି ପାର୍କ

୨୯୯୫ରେ ଯେତେବେଳେ ଶିବସେନା ଓ ବିଜେପି ସହିତ ମିଶି ମନୋହର ଯୋଶୀଙ୍କ ନେତୃତ୍ୱରେ ସରକାର ଗଠନ କରିଥିଲେ ସେତେବେଳେ ବି ବାଲ୍‌ ଠାକେର ତାଙ୍କ ଶପଥ ଗ୍ରହଣ ଉତ୍ସବ ମଧ୍ୟ ଏହିଠାରେ କରିଥିଲେ।

କେବେ ହୋଇଥିଲା ଏହି ପାର୍କ

୧୯୨୫ରେ ଦାଦରର ପ୍ରାୟ ୨୮ ଏକର ଜମିରେ ଏହି ପାର୍କ ହୋଇଥିଲା। ୧୯୨୭ରେ ଛତ୍ରପତି ଶିବଜରଙ୍କ ଜୟନ୍ତୀ ଅବସରରେ ଏହି ପାର୍କର ନାମ ଶିବଜୀ ପାର୍କ ରଖାଯାଇଥିଲା।

LEAVE A REPLY

Please enter your comment!
Please enter your name here