ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ଵର ୨୨ ତାରିଖ ବାରବାଟୀ ଦିନିକିଆ ପାଇଁ ପ୍ରସ୍ତୁତି ଜୋର୍ ଧରିଛି। ଏନେଇ ସୋମବାର ଓସିଏ ପକ୍ଷରୁ ଏକ ସାମ୍ଵାଦିକ ସମ୍ମିଳନୀ କରାଯାଇଛି। ଆସନ୍ତା ୧୯ ଓ ୨୦ ତାରିଖରେ ଷ୍ଟାଡିୟମ କାଉଣ୍ଟରରେ ଟିକେଟ ମିଳିବ। ଏହି ସମୟରେ ଦର୍ଶକମାନେ ନିଜ ପରିଚୟପତ୍ର ଦେଖାଇ ଟିକେଟ ନେବେ ବୋଲି ସମ୍ମଳନୀରେ କୁହାଯାଇଛି।
ଅନଲାଇନ ଟିକେଟରୁ ବଞ୍ଚିତ ହୋଇଥିବା ଦର୍ଶକ ୧୯ ଓ ୨୦ ତାରିଖରେ କାଉଣ୍ଟରରୁ ଟିକେଟ ପାଇପାରିବେ। କାଉଣ୍ଟରରେ ଜଣକ ପିଛା ୨ଟି ଲେଖାଏଁ ଟିକେଟ ମିଳିବ। ଏହାସହ ଟିକେଟ ନେଲା ବେଳେ ଦଶର୍କଙ୍କୁ ନିଜ ପରିଚୟପତ୍ର ଦେଖାଇବାକୁ ପଡ଼ିବ। ଏହା ପୂର୍ବରୁ ଡିସେମ୍ଵର ୧୬ ଓ ୧୭ ତାରିଖରେ ଅନୁମୋଦିତ ସଂସ୍ଥା, ସ୍କୁଲ ଓ କ୍ଲବକୁ ଟିକେଟ ଦିଆଯିବ।
ସେହିପରି ଷ୍ଟାଡିୟମରେ ପ୍ରତ୍ୟେକ ଗ୍ୟାଲେରୀରେ ପ୍ରଥମଥର ପାଇଁ ହେଲ୍ପ ଡେସ୍କ କରାଯିବ। ଏହାସହ ଷ୍ଟାଡିୟମ ବାହାରେ ଥିବା କିଲ୍ଲା ପଡ଼ିଆରେ ଫ୍ୟାନ ପାର୍କର ମଧ୍ୟ ବନ୍ଦୋବସ୍ତ କରାଯିବ।
ଆସନ୍ତା ଡିସେମ୍ଵର ୨୨ ତାରିଖରେ ଭାରତ-ଓ୍ଵେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜର ଶେଷ ମ୍ୟାଚ ବାରବାଟୀରେ ହେବାକୁ ଯାଉଛି। ଏନେଇ ଷ୍ଟାଡିୟମର ସମସ୍ତ ପ୍ରସ୍ତୁତି ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।