ଓଡ଼ିଶାଲାଇଭ୍ ବ୍ୟୁରୋ
ନୂଆଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅଗ୍ନିକାଣ୍ଡ। ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳରେ ୯ଟି ଦଳକଳ ଗାଡ଼ି ପହଞ୍ଚିଛି। ବାସଭବନ ପରିସରରେ ଥିବା ଏସ୍ପିଜି ରିସେପ୍ସନ ଅଞ୍ଚଳରେ ନିଆଁ ଲାଗିଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଜଣାପଡ଼ିଛି।
ନୂଆଦିଲ୍ଲୀ ୭ ଲୋକ କଲ୍ୟାଣ ମାର୍ଗ ପ୍ରଧାନମନ୍ତ୍ରୀ ଆବାସରେ କୌଣସି କାରଣରୁ ନିଆଁ ଲାଗିଯାଇଛି। ନିଆଁ ଲାଗିବାର ଖବର ଜଣିବା ପରେ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ବାସଭବନର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।
ଘଟଣାସ୍ଥଳରେ ୯ଟି ଦମକଳ ବାହିନୀ ନିଆଁ ଲିଭାଇବାକୁ ନିୟୋଜିତ ଅଛନ୍ତି। ନିଆଁ ଲିଭାଇବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପ୍ରଧାନମନ୍ତ୍ରୀଙ୍କ ବାସଭବନ ଥିବା ଅଞ୍ଚଳ ସବୁଠାରୁ ସୁରକ୍ଷିତ ଜାଗା। ନିଆଁ ଲାଗିବା ପରେ ବାସଭବନର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।