ଓଡ଼ିଶାଲାଇଭ୍ ବ୍ୟୁରୋ

‘ହାଓଡି ମୋଦୀ’ ଭଳି ଭାରତର ଗୁଜରାଟରେ ଆୟୋଜିତ ହେବ ‘ହାଓଡି ଟ୍ରମ୍ପ’ କାର୍ଯ୍ୟକ୍ରମ। ଏଥିରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବା ସହ ଆମେରିକାର ନାଗରିକତ୍ୱ ପାଇଥିବା ଭାରତୀୟମାନଙ୍କୁ ଭୋଟ ଭିକ୍ଷା କରିବେ।

ଚଳିତ ବର୍ଷ ନଭେମ୍ବର ମାସରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ତେଣୁ ଆମେରିକାରେ ନାଗରିକତ୍ୱ ପାଇଥିବା ଭାରତୀୟମାନଙ୍କ ଭୋଟ ପାଇବା ପାଇଁ ଟ୍ରମ୍ପ ଏଭଳି ଯୋଜନା କରୁଥିବା ସୂଚନା ମିଳିଛି। ଗତବର୍ଷ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତ କରିଥିଲେ। ସେଠାରେ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେ ସମୟରେ ଏହି କାର୍ଯ୍ୟକ୍ରମକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା।ସେହିଭଳି ଉପାୟରେ ଟ୍ରମ୍ପ ଆସନ୍ତା ଫେବ୍ରୁଆରି ମାସରେ ତିନିଦିନିଆ ଭାରତ ଗସ୍ତରେ ଆସିବେ। ଏହି ଗସ୍ତରେ ସେ ଗୁଜରାଟର ଅହମ୍ମଦାବାଦ୍ ସହରରେ ‘ହାଓଡି ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗଦେବେ। ତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ଏହି କାର୍ଯ୍ୟକ୍ରମ ଦ୍ୱାରା ଟ୍ରମ୍ପ ଆମେରିକା ନାଗରିକତ୍ୱ ପାଇଥିବା ଭାରତୀୟମାନଙ୍କ ଭୋଟ୍ ପାଇପାରିବେ। ଏଥିସହିତ ଭାରତ ମଧ୍ୟ ଏହାଦ୍ୱାରା ଆମେରିକାର ନିକଟତର ହେବା ସହିତ ଦେଶର ଆର୍ଥିକ ପ୍ରଗତି ସମ୍ଭବପର ହୋଇପାରିବ ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here