ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ପ୍ରଦେଶର ଫାରୁକାବାଦରେ ଅଭବନୀୟ ଘଟଣା। ଏକ ଘର ଭିତରେ ବନ୍ଧୁକ ଦେଖାଇ ୨୦ ଶିଶୁଙ୍କୁ ବନ୍ଧକ ରଖିଛି ଦୁର୍ବୃତ୍ତ। ଜନ୍ମଦିନ ପାର୍ଟିକୁ ଡାକି ସମସ୍ତଙ୍କୁ ବନ୍ଧକ ରଖିଥିବା ସୂଚନା। କିଛି ମହିଳାଙ୍କୁ ମଧ୍ୟ ଦୁର୍ବୃତ୍ତ ବନ୍ଧକ ରଖିଥିବା ଜଣାପଡ଼ିଛି।
ବନ୍ଧକ ରଖିଥିବା ଦୁର୍ବୃତ୍ତ ଜଣକ ହେଉଛି ସୁଭାଷ ବାଥମ। ସେ ଜଣେ ହତ୍ୟା ଅଭିଯୁକ୍ତ। ନିକଟରେ ଜେଲ୍ରୁ ଜାମିନରେ ଆସିଥିବା ପୋଲିସ ସୂଚନା ଦେଇଛି। ଦୁର୍ବୃତ୍ତ ନିଜ ଘରର ଶିଶୁ ଓ ମହିଳାଙ୍କୁ ମଧ୍ୟ ବନ୍ଧକ ରଖିଛି। ଘର ଭିତରୁ ମଝିରେ ମଝିରେ ଗୁଳି ଶବ୍ଦ ମଧ୍ୟ ଶୁଭାଯାଉଛି। ଏପର୍ଯ୍ୟନ୍ତ ବନ୍ଧକ ରଖିବାର କାରଣ ଜଣାପଡୁନାହିଁ।
ପୋଲିସ ବନ୍ଧକମାନଙ୍କୁ ଉଦ୍ଧାର କରିବାରେ ବିଫଳ ହେବା ପରେ ଏଟିଏସ୍ କମାଣ୍ଡରଙ୍କୁ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି। ଏହାସହ ଘରକୁ ଚାରିଆଡ଼ୁ ଘେରି ନେଇଛନ୍ତି ଏଟିଏସ୍ କମାଣ୍ଡର। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି।