ଓଡ଼ିଶାଲାଇଭ୍ ବ୍ୟୁରୋ
ଯେଉଁ ବର୍ଷ ଫେବ୍ରୁଆରି ମାସରେ ୨୮ ଦିନ ପରିବର୍ତ୍ତେ ୨୯ଦିନ ଥାଏ ତାହାକୁ ଅଧିବର୍ଷ ବା ଲିପ୍ ଇୟର କୁହାଯାଏ। ଏହା ପ୍ରତି ୪ ବର୍ଷରେ ପଡ଼ିଥାଏ। ସେହି ବର୍ଷ ୩୬୫ ପରିବର୍ତ୍ତେ ୩୬୬ ଦିନ ଥାଏ। ଚଳିତ ବର୍ଷ ଫେବ୍ରୁଆରି ମାସରେ ୨୯ ଦିନ ରହିଥିବାରୁ ଏହାକୁ ଅଧିବର୍ଷ ବା ଲିପ୍ ଇୟର କୁହାଯାଉଛି। ଏହି ଦିନକୁ ଅର୍ଥାତ୍ ଫେବ୍ରୁଆରି ୨୯କୁ ଅଧିଦିବସ ବା ଲିପ୍ ଡେ’ କୁହାଯାଉଛି।
ଜାଣନ୍ତୁ କାହିଁକି ପଡ଼େ ଅଧିବର୍ଷ?
ପୃଥିବୀ ସୂର୍ଯ୍ୟକୁ ପରିକ୍ରମା କରିବାକୁ ୩୬୫ ଦିନ ଏବଂ ପ୍ରାୟ ୬ ଘଣ୍ଟା ସମୟ ନେଇଥାଏ। ଏହି କାରଣରୁ, ପ୍ରତି ଚାରି ବର୍ଷରେ ଗୋଟିଏ ଦିନ ଅର୍ଥାତ ୨୪ ଘଣ୍ଟା ବୃଦ୍ଧି ହୁଏ, ତେଣୁ ପ୍ରତି ଚାରି ବର୍ଷ ପରେ ଫେବ୍ରୁଆରି ମାସରେ ଏହି ୨୪ ଘଣ୍ଟାକୁ ଯୋଡ଼ି ଦିଆଯାଏ, ଅର୍ଥାତ୍ ଫେବ୍ରୁଆରି ମାସରେ୨୯ ଦିନ ହୁଏ। ଏହା ଅଧିବର୍ଷ ନାମରେ ଜଣାଯାଏ।
ଆସନ୍ତା ଅଧିବର୍ଷ କେବେ?
ଆଗାମୀ ବର୍ଷଗୁଡିକରେ ୨୦୨୦ରୁ ୨୦୫୦ ମଧ୍ୟରେ ୨୦୨୪, ୨୦୨୮, ୨୦୩୨, ୨୦୩୬, ୨୦୪୦ ୨୦୪୪ ଏବଂ ୨୦୪୮ ଅଧିବର୍ଷ ହେବ।