ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁଗଲ୍‌ ପ୍ରତ୍ୟକ ଦିନକୁ ସ୍ଵତନ୍ତ୍ର କରିବା ପାଇଁ କିଛି ନା କିଛି ଉପାୟ ଖୋଜିଥାଏ। ସେହିପରି ଆଜି ମଧ୍ୟ ଗୁଗଲ୍‌ ଡୁଡଲ୍‌ ମାଧ୍ୟମରେ ଲିପ୍‌ ଇୟର ପାଳନ କରିଛି। ଆଜି ଫେବ୍ରୃଆରି ୨୯ ଅଧିବର୍ଷ ଅର୍ଥାତ ଲିପ୍‌ ଇୟର ବୋଲି ସମସ୍ତେ ଜାଣନ୍ତି। ଗୁଗଲ୍‌ ମଧ୍ୟ ଆଜିର ଦିନକୁ ସ୍ଵତନ୍ତ୍ର ଡୁଡଲ୍‌ ମାଧ୍ୟମରେ ପାଳନ କରିଛି।

ଗୁଗଲ୍‌କୁ ଆଜି ସବୁଜ ଓ ହଳଦିଆ ରଙ୍ଗରେ ଦେଖାଯାଇଛି। ଏଥିରେ Oରେ ୨୮ ଲେଖା ଅଛି। ସେହିପରି ଦ୍ୱିତୀୟ Oରେ ୨୯ ଲେଖାଯାଇଛି। ଏହା ପରେ gରେ ୧ ଲେଖାଯାଇଛି। ଅର୍ଥାତ ପ୍ରତ୍ୟେକ ବର୍ଷ ଫେବ୍ରୁଆରି ୨୮ ତାରିଖରେ ଶେଷ ହୋଇଥାଏ ହେଲେ ୪ବର୍ଷରେ ଥରେ ୨୯ ତାରିଖ ଆସିଥାଏ, ଯାହାକୁ ଲିପ୍‌ ଇୟର କୁହାଯାଏ। ଏହାପରେ ମାର୍ଚ୍ଚ ୧ ଆସିଥାଏ।

ପୃଥିବୀ ସୂର୍ଯ୍ୟକୁ ପରିକ୍ରମା କରିବାକୁ ୩୬୫ ଦିନ ଏବଂ ପ୍ରାୟ ୬ ଘଣ୍ଟା ସମୟ ନେଇଥାଏ। ଏହି କାରଣରୁ, ପ୍ରତି ଚାରି ବର୍ଷରେ ଗୋଟିଏ ଦିନ ଅର୍ଥାତ ୨୪ ଘଣ୍ଟା ବୃଦ୍ଧି ହୁଏ, ତେଣୁ ପ୍ରତି ଚାରି ବର୍ଷ ପରେ ଫେବ୍ରୁଆରି ମାସରେ ଏହି ୨୪ ଘଣ୍ଟାକୁ ଯୋଡ଼ି ଦିଆଯାଏ, ଅର୍ଥାତ୍‌ ଫେବ୍ରୁଆରି ମାସରେ୨୯ ଦିନ ହୁଏ। ଏହା ଅଧିବର୍ଷ ନାମରେ ଜଣାଯାଏ।

ଆଗାମୀ ବର୍ଷଗୁଡିକରେ ୨୦୨୦ରୁ ୨୦୫୦ ମଧ୍ୟରେ ୨୦୨୪, ୨୦୨୮,  ୨୦୩୨, ୨୦୩୬, ୨୦୪୦ ୨୦୪୪ ଏବଂ ୨୦୪୮ ଅଧିବର୍ଷ ହେବ।

Comment