ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର କୋଭିଡ ସଙ୍କଟକୁ ଦୃଷ୍ଟିରେ ରଖି ‘ଗୁଗଲ’ ସହାୟତାର ହାତ ବଢ଼ାଇଛି। କୋଭିଡ ବିରୋଧରେ ଲଢ଼େଇ ପାଇଁ ଭାରତକୁ ୧୩୫ କୋଟି ଟଙ୍କା ଆର୍ଥିକ ସହାୟତା ‘ଗୁଗୁଲ’ ଦେବ। ଏନେଇ ‘ଗୁଗଲ’ ସିଇଓ ସୁନ୍ଦର ପିଚାଇ ଟୁଇଟ ଯୋଗେ ସୂଚନା ଦେଇଛନ୍ତି। ‘ଗିଭ୍‌ ଇଣ୍ଡିଆ’କୁ ଏବଂ ‘ୟୁନିସେଫ୍‌’ ଜରିଆରେ ଭାରତକୁ ଏହି ଟଙ୍କା ମିଳିବ ବୋଲି ସେ କହିଛନ୍ତି।

କୋଭିଡ୍‌-୧୯ ଦ୍ୱାରା ପ୍ରଭାବିତ ପରିବାରମାନଙ୍କୁ ସାହାଯ୍ୟ କରିବା ଲାଗି ଓ ଡାକ୍ତରୀ ଉପକରଣ କିଣିବାରେ ଏହି ଅର୍ଥ ସହଯୋଗ କରିବ।

ରବିବାର ଦିନ ଭାରତରେ ସାଢ଼େ ତିନି ଲକ୍ଷରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସିଥିଲା। ଗୋଟିଏ ଦିନ ମଧ୍ୟରେ ଏପର୍ଯ୍ୟନ୍ତ କୌଣସି ଦେଶରେ ଏତେ ସଂଖ୍ୟକ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇନାହାଁନ୍ତି। ଭାରତରେ ମୃତ୍ୟସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଭଳି ସଙ୍କଟ ସମୟରେ ‘ଗୁଗଲ’ ସମତେ ଜର୍ମାନୀ, ବ୍ରିଟେନ ଭଳି ଦେଶମାନେ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି।

Comment