ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ଵର ୧ ନମ୍ବର ସର୍ଚ୍ଚ ଇଞ୍ଜିନ ହେଉଛି ଗୁଗଲ୍। ତେବେ କେମିତି ହୋଇଥିଲା ଏହାର ନାମ କରଣ। ଏହା ପଛରେ ରହିଛି ଗୋଟିଏ ରୋଚକ କଥା। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ପ୍ରଥମେ ଏହି ସର୍ଚ୍ଚ ଇଞ୍ଜିନର ନାଁ ‘ଗୁଗଲ୍’ ନଥିଲା। ଏହାର ନାଁ ‘ଗୁଗୋଲ’ ଦେବାକୁ ସ୍ଥିର ହୋଇଥିଲା। ‘ଗୁଗୋଲ’ ଶବ୍ଦର ଅର୍ଥ ହେଉଛି ଏକ ବିଶାଳ ସଂଖ୍ୟା, ୧ ପରେ ଶହେଟି ଶୂନ।
୧୯୯୭ ମସିହାରେ, ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ପିଏଚଡି ଛାତ୍ର ସର୍ଗେଇ ବ୍ରିନ୍ ଓ ଲାରୀ ପେଜଙ୍କ ଦ୍ୱାରା ‘ଗୁଗଲ୍’ ବିକଶିତ କରାଯାଇଥିଲା। ପ୍ରଥମେ ଏହି ସର୍ଚ୍ଚ ଇଞ୍ଜିନର ନାମ ‘ବ୍ୟାକରବ’ ରଖିବେ ବୋଲି ସେମାନେ ଭାବିଥିଲେ। ପରେ ସେମାନଙ୍କ ସହପାଠୀ ସିଆନ୍ ଆଣ୍ଡରସନ୍ ‘ଗୁଗୋଲପ୍ଲେକ୍ସ’ ନାମ ରଖିବାକୁ ପ୍ରସ୍ତାବ ଦେଇଥିଲେ।
ଲାରୀ ପେଜ ଏହାକୁ ଛୋଟ କରି ‘ଗୁଗୋଲ’ ରଖିଥିଲେ। କିନ୍ତୁ ଡୋମେନ ଉପଲବ୍ଧତା ଯାଞ୍ଚ କରିବା ସମୟରେ, ଆଣ୍ଡରସନ ଭୁଲବଶତଃ ‘ଗୁଗୋଲ.କମ’ ବଦଳରେ ‘ଗୁଗଲ.କମ’ ଟାଇପ କରିଥିଲେ। ଏହା ଉପଲବ୍ଧ ଥିବା ଦେଖି, ଲାରୀ ପେଜ୍ ଏହି ଭୁଲ ବନାନକୁ ଗ୍ରହଣ କରିଥିଲେ।
Tags: #Google #Googleplex #Google @Googol #Backrub