ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ଵବ୍ୟାପୀ ଧିମା ହୋଇପଡ଼ିଛି ଗୁଗଲ୍। ଜି-ମେଲ୍, ଗୁଗୁଲ୍ ଡ୍ରାଇଭ୍, ଗୁଗୁଲ୍ ଡକୁମେଣ୍ଟ ସମେତ ଗୁଗୁଲ୍‌ର ଅନ୍ୟ ସମସ୍ତ ସେବାରେ ବିଶ୍ଵବ୍ୟାପୀ ସମସ୍ୟା ଦେଖାଯାଇଛି। ଯାହାକୁ ନେଇ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଗୁରୁବାର ସକାଳୁ ଜି-ମେଲ୍‌ରେ ମେସେଜ ପଠାଇବା ଏବଂ ଗୁଗୁଲ୍ ଡ୍ରାଇଭ୍‌ରେ ଫାଇଲ୍ ଆଦି ଅପଲୋଡ୍ କରିବାରେ ଅନେକ ସମସ୍ୟା ଦେଖାଯାଇଥିଲା। ଏନେଇ  ବ୍ୟବହାରକାରୀମାନେ ସାମାଜିକ ଗଣମାଧ୍ୟମ ଜରିଆରେ ନିଜର କ୍ଷୋଭ ପ୍ରକାଶ କରିଥିଲେ। ଏହାସହ ଗୁଗୁଲ୍ ଡକୁମେଣ୍ଟ ଏବଂ ଗୁଗୁଲ୍ ମିଟ୍ ବ୍ୟବହାରରେ ମଧ୍ୟ ସମସ୍ୟା ଦେଖା ଦେଇଥିବା ବ୍ୟବହାରକାରୀମାନେ କହିଥିଲେ।BGUବିଶ୍ଵରେ ବହୁଳ ବ୍ୟବହାରକାରୀ ଇଣ୍ଟରନେଟ୍ ସେବା ‘ଗୁଗୁଲ୍’ ଆଜି ସକାଳୁ ଧିମା ହୋଇଯାଇଛି। ଡାଉନ୍‌ଟାଇମ୍ ଟ୍ରାକିଂ ଓ୍ଵେବସାଇଟ୍ ‘ଡାଉନ୍‌ଡିଟେକ୍ଟର’ର ତଥ୍ୟ ଅନୁସାରେ ଆଜି ସକାଳ ୯.୩୦ରୁ ଗୁଗୁଲ୍ ସେବା ଧିମା ହୋଇପଡ଼ିଛି। ଏହା କେବଳ କିଛି ନିର୍ଦ୍ଧିଷ୍ଟ ଅଞ୍ଚଳ କିମ୍ଵା ଦେଶ ନୁହେଁ, ସମଗ୍ର ବିଶ୍ଵବ୍ୟାପୀ ଏହି ସମସ୍ୟା ଦେଖାଯାଇଥିବା ଓ୍ଵେବସାଇଟ୍ ପକ୍ଷରୁ ସୂଚନା ମିଳିଛି।

ଅପରପକ୍ଷେ ‘ଜି-ସୁଟ୍’ ଷ୍ଟାଟସ୍ ଡାସ୍‌ବୋର୍ଡର ତଥ୍ୟ ଅନୁସାରେ ଗୁଗୁଲ୍ ଡ୍ରାଇଭରେ ଫାଇଲ୍ ଅପଲୋଡ୍, ଗୁଗୁଲ୍ ଡକ୍ସରେ ଟେକ୍ସ୍ଟ ଏବଂ ଗୁଗୁଲ୍ ମିଟ୍‌ରେ ଭିଡିଓ ଆଦି କରିବାରେ ସମସ୍ୟା ଦେଖାଦେଇଛି। ଗୁଗୁଲ୍ କ୍ଲାଉଡରେ କିଛି ତ୍ରୁଟି ଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଥିବା ଅନୁମାନ କରାଯାଉଛି। ତେବେ ଗୁଗୁଲ୍ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ।

Comment