ଓଡ଼ିଶାଲାଇଭ୍ ବ୍ୟୁରୋ

ଏ ବର୍ଷ ଗୁଗଲରେ କେଉଁ ଫିଲ୍ମକୁ ସବୁଠୁ ଅଧିକ ସର୍ଚ୍ଚ କରାଯାଇଛି ଜାଣିବା ପାଇଁ  ପଢ଼ନ୍ତୁ ଓଡ଼ିଶାଲାଇଭର ୨୦୨୦ ଫ୍ଲାସବ୍ୟାକ୍ ରିପୋର୍ଟ।

ଚଳିତବର୍ଷ ଅନେକଗୁଡ଼ିଏ ଫିଲ୍ମ ରିଲିଜ୍ ହୋଇଥିଲା। କିଛି ଫିଲ୍ମକୁ ଦର୍ଶକମାନେ ସିନେମା ହଲରେ ଦେଖିବାର ସୁଯୋଗ ପାଇଥିବା ବେଳେ ଆଉ କିଛି ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ଦେଖିଥିଲେ। ସେଥିମଧ୍ୟରୁ କେତେକ ଫିଲ୍ମକୁ ଲୋକେ ଅଧିକ ଥର ଗୁଗଲରେ ସର୍ଚ୍ଚ କରିଥିଲେ।dil becharaଦିଲ୍ ବେଚାରା

ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଦିଲ୍ ବେଚାରା ଫିଲ୍ମକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। କାରଣ ଏହା ଥିଲା ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ, ଯାହାକି ରିଲିଜ୍ ହେବା ପୂର୍ବରୁ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ସୁଶାନ୍ତଙ୍କ ବିପକ୍ଷରେ ସଂଜନା ସାଂଘୀ ନାୟିକା ସାଜିଥିଲେ। ଜୁଲାଇ ୨୪ ତାରିଖ ସନ୍ଧ୍ୟାରେ ଏହି ଫିଲ୍ମ ଡିଜନି ହଟଷ୍ଟାରରେ ରିଲିଜ୍ ହୋଇଥିଲା। ଫକ୍ସ ଷ୍ଟାର୍ ଷ୍ଟୁଡିଓଜ୍ ଦ୍ୱାରା ପ୍ରଯୋଜିତ ଏହି ଫିଲ୍ମକୁ ମୁକେଶ ଛାବ୍ରା ନିର୍ଦ୍ଦେଶନା ଦେଇଥିଲେ।

ଦିଲ୍ ବେଚାରାକୁ ଦେଖିବା ପାଇଁ ୟୁଜରମାନେ ଗୁଗୁଲରେ ସବୁଠୁ ବେଶୀ ସର୍ଚ୍ଚ କରିବା ଫଳରେ ଏହା ଗୁଗଲର ଇୟର ଇନ ସର୍ଚ୍ଚ ତାଲିକାର ଶୀର୍ଷରେ ରହିଥିଲା।ସୁରାରାଇ ପୋଟ୍ରୁ

ସାଉଥ ସୁପରଷ୍ଟାର ସୁରିୟାଙ୍କ ଅଭିନୀତ ଫିଲ୍ମ ସୁରାରାଇ ପୋଟ୍ରୁ ଏୟାର ଡେକ୍କାନର ପ୍ରତିଷ୍ଠାତା କ୍ୟାପଟେନ୍ ଜି. ଆର. ଗୋପୀନାଥଙ୍କ ଆତ୍ମଜୀବନୀ ‘ସିମ୍ପ୍ଲି ଫ୍ଲାଇ’ ଉପରେ ପର୍ଯ୍ୟବେସିତ। ଏଥିରେ ସୁରିୟାଙ୍କ ସମେତ ପରେଶ ରାଓ୍ୱଲ, ଅପର୍ଣ୍ଣା ବାଲମୁରଲି, ମୋହନ ବାବୁ ଆଦି ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟିକୁ ସୁଧା କୋଙ୍ଗରା ନିର୍ଦ୍ଦେଶନା ଦେଇଥିବା ବେଳେ ସୁରିୟା ଓ ଗୁନୀତ ମୋଙ୍ଗା ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଥିଲେ।ତାନାଜୀ

ଏକ ପୌରାଣିକ କଥାବସ୍ତୁକୁ ନେଇ ଚଳିତବର୍ଷ ଜାନୁଆରିରେ ରିଲିଜ୍ ହୋଇଥିବା ଅଜୟ ଦେବଗନଙ୍କ ଆକ୍ସନ ଥ୍ରୀଲର ଫିଲ୍ମ ‘ତାନାଜୀ: ଦି ଅନସଙ୍ଗ ଓ୍ୱାରିୟର’। ଏଥିରେ ଅଜୟ ଦେବଗନ ଭାରତୀୟ ଇତିହାସର ଯୋଦ୍ଧା ତାନାଜୀ ମାଲୁସଙ୍କ ଭୂମିକାରେ ନଜର ଆସିଥିଲେ। ଦୀର୍ଘ ୧୧ ବର୍ଷର ବ୍ୟବଧାନ ପରେ ଏହି ଫିଲ୍ମରେ କାଜୋଲ ଏବଂ ଅଜୟ ଏକାଠି ଅଭିନୟ କରିଥିଲେ। ଓମ୍ ରାଉତ ଏହାକୁ ନିର୍ଦ୍ଦେଶନା ଦେଇଥିବା ବେଳେ ଅଜୟ ଦେବଗନ, ଭୂଷଣ କୁମାର ଓ କ୍ରିଷନ କୁମାର ଏହାର ପ୍ରଯୋଜନା ଭାର ସମ୍ଭାଳିଥିଲେ। ଫିଲ୍ମଟି ବକ୍ସ ଅଫିସରେ ହିଟ୍ ହେବା ସହ ଟ୍ୱିଟର ଓ ଗୁଗଲରେ ଟ୍ରେଣ୍ଡ କରିଥିଲା।ଶକୁନ୍ତଳା ଦେବୀ – ଦି ହ୍ୟୁମାନ କମ୍ପ୍ୟୁଟର

ବିଦ୍ୟା ବାଲାନଙ୍କ ଅଭିନୀତ ଏହି ଫିଲ୍ମଟି ଚଳିତବର୍ଷ ରିଲିଜ୍ ହୋଇଥିଲା। ହ୍ୟୁମାନ କମ୍ପ୍ୟୁଟର ଭାବେ ପରିଚିତ ବିଶିଷ୍ଟ ଗଣିତଜ୍ଞ ଶକୁନ୍ତଳା ଦେବୀଙ୍କ କାହାଣୀକୁ ନେଇ ଫିଲ୍ମଟି ପ୍ରସ୍ତୁତ ହୋଇଥିଲା। ଅନୁ ମେନନ୍ ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମଟିକୁ ଦେଖିବା ପାଇଁ ଅନେକ ଲୋକ ଗୁଗଲରେ ସର୍ଚ୍ଚ କରିବା ଫଳରେ ଏହା ଗୁଗଲର ଟ୍ରେଣ୍ଡିଂ ମୁଭିଜ୍ ତାଲିକାରେ ସ୍ଥାନ ପାଇଛି।ଗୁଞ୍ଜନ ସକ୍ସେନା – ଦି କାର୍ଗିଲ ଗାର୍ଲ

କାର୍ଗିଲ ଯୁଦ୍ଧ ସମୟରେ ପ୍ରଥମ ମହିଳା ଭାବେ ଯୁଦ୍ଧ ବିମାନ ଚଲାଇଥିବା ଗୁଞ୍ଜନ ସକ୍ସେନାଙ୍କ କାହାଣୀକୁ ନେଇ ୨୦୨୦ରେ ପ୍ରସ୍ତୁତ ହୋଇଥିଲା ଗୁଞ୍ଜନ ସକ୍ସେନା – ଦି କାର୍ଗିଲ ଗାର୍ଲ। ଏହାକୁ ଶରଣ ଶର୍ମା ନିର୍ଦ୍ଦେଶନା ଦେଇଥିବା ବେଳେ ଗୁଞ୍ଜନଙ୍କ ଭୂମିକାରେ ଜାହ୍ନବୀ କପୁର ଅଭିନୟ କରିଥିଲେ।laxmi bombଲକ୍ଷ୍ମୀ

ଚଳିତବର୍ଷ ଖିଲାଡ଼ି କୁମାର ଅକ୍ଷୟଙ୍କ ବହୁଚର୍ଚ୍ଚିତ ଫିଲ୍ମ ଲକ୍ଷ୍ମୀ ରିଲିଜ୍ ହୋଇଥିଲା। ଏଥିରେ ପ୍ରଥମ ଥର ପାଇଁ ଅକ୍ଷୟ କିନ୍ନର ଭୂମିକାରେ ନଜର ଆସିଥିଲେ। ଅକ୍ଷୟଙ୍କ ବିପକ୍ଷରେ କିଆରା ଆଡ଼ଭାନୀ ଅଭିନୟ କରିଥିଲେ। ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଶବିନା ଖାନ୍ ଓ ତୁଷାର କପୁର ଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ରାଘବ ଲରେନ୍ସ। ଏହି ହରର କମେଡି ଫିଲ୍ମକୁ ଅନେକ ଲୋକ ଗୁଗଲରେ ସର୍ଚ୍ଚ କରିଥିଲେ।sadak 2ସଡ଼କ ୨

୧୯୯୧ ମସିହାରେ ପୂଜା ଭଟ୍ଟ ଏବଂ ସଂଜୟ ଦତ୍ତଙ୍କ ଅଭିନୀତ ‘ସଡ଼କ’ର ସିକ୍ୱେଲ୍ ହେଉଛି ‘ସଡ଼କ ୨’। ମହେଶ ଭଟ୍ଟଙ୍କ ଦ୍ୱାରା ଡିରେକ୍ଟ ହୋଇଥିବା ଏହି ଫିଲ୍ମରେ ଆଲିଆ ଭଟ୍ଟ, ଆଦିତ୍ୟ ରୟ କପୁର, ପୂଜା ଭଟ୍ଟ ଏବଂ ସଞ୍ଜୟ ଦତ୍ତ ଅଭିନୟ କରିଥିଲେ।ବାଗି-୩

୨୦୨୦ରେ ରିଲିଜ୍ ହୋଇଥିଲା ‘ବାଗି’ ସିରିଜର ଆଉ ଏକ ଫିଲ୍ମ ବାଗି-୩। ଏଥିରେ ଟାଇଗର ଶ୍ରଫ ଓ ଶ୍ରଦ୍ଧା କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ସହ ଭେଟେରାନ ଅଭିନେତା ରିତେଶ ଦେଶମୁଖ୍ ମଧ୍ୟ ନଜର ଆସିଥିଲେ। ‘ବାଗି‘ ଓ ‘ବାଗି-୨’ ଭଳି ‘ବାଗି-୩’ରେ ମଧ୍ୟ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଥିଲା। ତା’ସାଙ୍ଗକୁ ଫିଲ୍ମରେ ଶ୍ରଦ୍ଧା କପୁର ଓ ଟାଇଗର ଶ୍ରଫଙ୍କ ରୋମାନ୍ସକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଥିଲେ।ଏକ୍ସଟ୍ରାକ୍ସନ

୨୦୨୦ରେ ହଲିଉଡ ଫିଲ୍ମ ଏକ୍ସଟ୍ରାକ୍ସନ ରିଲିଜ୍ ହୋଇଥିଲା। ଏଥିରେ କ୍ରିସ୍ ହେମ୍ସଓ୍ୱର୍ଥ, ରଣଦୀପ ହୁଡ଼ା, ପଙ୍କଜ ତ୍ରିପାଠୀ ଆଦି ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ। ସାମ୍ ହରଗ୍ରେଭ୍ ଏହାକୁ ନିର୍ଦ୍ଦେଶନା ଦେଇଥିଲେ।ଗୁଲାବୋ ସିତାବୋ

ଚଳିତବର୍ଷ ଜୁନ୍ ମାସରେ ରିଲିଜ୍ ହୋଇଥିଲା ଫିଲ୍ମ ଗୁଲାବୋ ସିତାବୋ। ଏଥିରେ ପ୍ରଥମ ଥର ପାଇଁ ବିଗ୍ ବି ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନା ଏକାଠି ନଜର ଆସିଥିଲେ। ଜୁହି ଚତୁର୍ବେଦୀ ଫିଲ୍ମର କାହାଣୀ ଲେଖିଥିବା ବେଳେ ସୁଜିତ ସରକାର ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମ ମଧ୍ୟ ୨୦୨୦ରେ ଗୁଗଲରେ ସବୁଠୁ ଅଧିକ ସର୍ଚ୍ଚ ହୋଇଥିବା ଫିଲ୍ମ ତାଲିକାରେ ରହିଥିଲା।

Comment