ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ସାରା ବିଶ୍ୱରେ କରୋନାକୁ ନେଇ ଭୟାଭୟ ପରସ୍ଥିତି ଦେଖି ଦେଇଥିବାବେଳେ ଏବେ ବଲିଉଡରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। କରୋନା କାରଣରୁ ରଣବୀରଙ୍କ ଆଗାମୀ ଫିଲ୍ମ ‘୮୩’ ରିଲିଜ୍ ତାରିଖ ଘୁଞ୍ଚିବ ବୋଲି ଖବର ମିଳିଛି।

ରଣବୀରଙ୍କ ଏହି ଫିଲ୍ମ ଏପ୍ରିଲ ୧୦ ତାରିଖରେ ରିଲିଜ ହେବାର ଥିଲା। ହେଲେ ଏବେ ସାରା ଦେଶରେ କରୋନା ଭାଇରସର ଆତଙ୍କ ଦେଖିବାକୁ ମିଳିଛି। ଏହି କାରଣରୁ ଲୋକମାନେ ଏବେ ସିନେମା ହଲ ଯିବାକୁ ଭୟ କରୁଛନ୍ତି। ଏଭଳି ପରିସ୍ଥିତିରେ ଫିଲ୍ମକୁ ରିଲିଜ୍ କଲେ ପ୍ରଡକ୍ସନ ହାଉସ କ୍ଷତି ସହିବାକୁ ପଡ଼ିପାରେ। ତେଣୁ ଫିଲ୍ମକୁ ଆଉ କିଛି ଦିନ ପରେ ରିଲିଜ୍ କରାଯିବ ବୋଲି କୁହାଯାଉଛି।୧୯୮୩ ମସିହାରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ମାଟିରେ ବିଶ୍ୱକପ୍ ବିଜୟୀ ହୋଇଥିଲା। ସେ ସମୟରେ ଦଳର ଅଧିନାୟକ ଥିଲେ କପିଳ ଦେବ। ସେ ସମୟର ସେହି ସତକାହାଣୀକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଉଛି।

ଫିଲ୍ମରେ ରଣବୀର ସିଂହ କପିଳ ଦେବଙ୍କ ଚରିତ୍ରରେ ନଜର ଆସୁଥିବାବେଳେ ଅଭିନେତ୍ରୀ ଦୀପିକା ପାଦୁକୋନ୍ ମଧ୍ୟ ଏହି ଫିଲ୍ମରେ ଅଭିନୟ କରିଛନ୍ତି। ଫିଲ୍ମଟି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିବ ବୋଲି ଦୁହେଁ ଏହା ପୂର୍ବରୁ କହିସାରିଛନ୍ତି।

LEAVE A REPLY

Please enter your comment!
Please enter your name here