ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡର ଜଣେ ଜଣାଶୁଣା ଅଭିନେତା ପାର୍ଥ ସାରଥୀ ରାୟ। ମାୟା ନଗରୀ ମୁମ୍ବାଇରୁ ପାର୍ଥ ନିଜ ସିନେମା କ୍ୟାରିୟର ଆରମ୍ଭ କରିଥିଲେ। ସେଠାରେ କିଛି ଦିନ କାମ କରିବା ପରେ ସେ ଓଡ଼ିଶା ଫେରି ଆସିଥିଲେ।

ଓଡ଼ିଆ ଚଳଚ୍ଚିତ୍ର ‘ନଈ ସେପାରୀ କନକ ଗୋରୀ’ ଜରିଆରେ ଓଲିଉଡରେ ଡେବ୍ୟୁ କରିଥିଲେ ପାର୍ଥ ସାରଥୀ ରାୟ। ନିଜ ଅଭିନୟ ଦକ୍ଷତା ପାଇଁ ଅନେକ ପୁରସ୍କାର ଏବଂ ସମ୍ମାନ ପାଇଛନ୍ତି ପାର୍ଥ। ସିନେମା ସହ ମଞ୍ଚ ନାଟକ, ମେଗା ଧାରାବାହିକରେ ସେ କାମ କରିଛନ୍ତି।

‘ହାଲୋ ଆର୍ସି’, ‘ଚରିତ୍ର’, ‘ତ୍ରିକନ୍ୟା’ ଭଳି ଓଡ଼ିଆ ସିନେମାରେ ପାର୍ଥଙ୍କର ଚମତ୍କାର ଅଭିନୟ ଦର୍ଶକଙ୍କ ହୃଦୟକୁ ବେଶ୍ ଛୁଇଁପାରିଛି। ପାର୍ଥ ସାରଥୀ ରାୟଙ୍କ ଅଭିନୟର ଏହି ଲମ୍ବା ଯାତ୍ରା କେମିତି ରହିଛି ଜାଣିବା ପାଇଁ ଦେଖନ୍ତୁ ଓଡ଼ିଶାଲାଇଭ୍‌ର ଏହି ସ୍ୱତନ୍ତ୍ର ସାକ୍ଷାତକାର।

Tags: #ParthaSarathiRay #Actor #Bollywood #Ollywood #Interview

Comment