ଓଡ଼ିଶାଲାଇଭ୍ ବ୍ୟୁରୋ
ଗଜପତି ଜିଲ୍ଲାରେ ସପ୍ତାହକୁ ୪ ଦିନ ସଟଡାଉନ ଓ ୩ ଦିନ ଲକଡାଉନ ରହିବ। ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ।
ଏହି ନିୟମ ଅନୁସାରେ ଗୁରୁବାରଠାରୁ ରବିବାର ଜିଲ୍ଲା ସଟଡାଉନ ରହିବ। ସୋମବାରଠୁ ବୁଧବାର ଜିଲ୍ଲାରେ ଲକଡାଉନ କଟକଣା ରହିବ। ଏଥିସହ ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ, ପାରଳାଖେମୁଣ୍ଡି ପୌରାଞ୍ଚଳ, କାଶୀନଗର ଏନଏସି ମଧ୍ୟ ସଟଡାଉନ ରହିବ।
ଜିଲ୍ଲାର ୩ଟି ବ୍ଲକର ୪ଟି ପଞ୍ଚାୟତରେ ମଧ୍ୟ କଟକଣା ବଳବତ୍ତର ରହିବ। ଏନେଇ ସମସ୍ତ ବ୍ଲକ ଓ ପୌରାଞ୍ଚଳ , ଏନଏସି କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ୪ ଦିନିଆ ସଟଡାଉନ ବଳବତ୍ତର ରହିବ।