ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବିଭିନ୍ନ ସୁନ୍ଦରୀ ପ୍ରତିଯୋଗିତା ଜିତି ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଛନ୍ତି। ସେମାନଙ୍କ ମଧ୍ୟରୁ କିଏ ହିଟ ହୋଇଛନ୍ତି ତ କିଏ ଫ୍ଲପ୍ ହୋଇଛନ୍ତି। ତେବେ ଆସନ୍ତୁ ସେମିତି କିଛି ହିରୋଇନଙ୍କ ବିଷୟରେ ଜାଣିବା ଯେଉଁମାନେ ମିସ୍ ୱାର୍ଲ୍ଡ, ମିସ୍ ୟୁନିଭର୍ସ ଏବଂ ମିସ୍ ଇଣ୍ଡିଆ ଭଳି ଟାଇଟଲ୍ ଜିତିବା ପରେ ବଲିଉଡରେ ଡେବ୍ୟୁ କରିଛନ୍ତି।
ଲାରା ଦତ୍ତା
୨୦୦୨ରେ, ଲାରା ଦତ୍ତା ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଥିଲେ। ଏହା ପରେ ସେ ବଲିଉଡରେ ପ୍ରବେଶ କରିଥିଲେ। କିନ୍ତୁ ତାଙ୍କୁ ବେଶୀ କିଛି ଖାସ ସଫଳତା ମିଳିନାହିଁ। କିଛି ଦିନ ହେବ ତାଙ୍କୁ ଆଉ ଇଣ୍ଡଷ୍ଟ୍ରିରେ ଆଉ ଦେଖିବାକୁ ମିଳୁନଥିଲା। ତେବେ ଏବେ ଲାରା ପୁଣି ଥରେ ଅଭିନୟ ଆଡକୁ ମୁହାଁଇଛନ୍ତି। ନିକଟରେ ତାଙ୍କୁ ଏକ ୱେବ୍ ସିରିଜରେ ଦେଖିବାକୁ ମିଳିଥିଲା ଏହା ବ୍ୟତୀତ ଖୁବ୍ ଶୀଘ୍ର ତାଙ୍କୁ ଅକ୍ଷୟ କୁମାରଙ୍କ ସହ ଏକ ଫିଲ୍ମରେ ଦେଖିବାକୁ ମିଳିବ।
ଜୁହି ଚାୱଲା
୧୯୮୪ରେ ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଥିବା ଜୁହି ଚାୱଲା ଫିଲ୍ମ ଇଣ୍ଡଷ୍ଟ୍ରରେ ବେଶ୍ ନାଁ କରିଛନ୍ତି। ସେ ତାଙ୍କ ଅଭିନୟରେ ଦର୍ଶକଙ୍କ ହୃଦୟ ଜିତିଥିଲେ। ବଲିଉଡରେ ବହୁ ହିଟ୍ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି ସେ।
ନମ୍ରତା ସିରୋଡକର
୧୯୯୩ରେ, ମିସ ଇଣ୍ଡିଆର ମୁକୁଟ ପିନ୍ଧିଥିବା ନମ୍ରତା ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ନମ୍ରତା ସାଉଥ ସୁପରଷ୍ଟାର ମହେଶ ବାବୁଙ୍କୁ ବିବାହ କରିଛନ୍ତି। ବିବାହ ପରେ ଦୀର୍ଘ ସମୟ ଧରି ଫିଲ୍ମଠାରୁ ଦୂରରେ ଅଛନ୍ତି ନମ୍ରତା।
ସୁସ୍ମିତା ସେନ୍
୧୯୯୪ରେ ମିସ୍ ଇଣ୍ଡିଆ ହୋଇଥିବା ସୁସ୍ମିତା ସେନ୍ ପରେ ମିସ୍ ୟୁନିଭର୍ସ ଟାଇଟଲ୍ ଜିତିଥିଲେ। କିନ୍ତୁ ଫିଲ୍ମରେ ଅଭିନୟ କରିବା ପରେ ତାଙ୍କୁ ଅଧିକ ସଫଳତା ମିଳି ନଥିଲା।
ଐଶ୍ୱର୍ଯ୍ୟା ରାୟ ବଚ୍ଚନ
୧୯୯୪ରେ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମିସ୍ ୱାର୍ଲ୍ଡ ହୋଇଥିଲେ। ଐଶ୍ୱର୍ଯ୍ୟା ଫିଲ୍ମରେ ମଧ୍ୟ ଏକ ନାମ ଅର୍ଜନ କରିଥିଲେ।
ପ୍ରିୟଙ୍କା ଚୋପ୍ରା
୨୦୦୦ ମସିହାରେ ଛୋଟ ସହର ବରେଲିର ଝିଅ ପ୍ରିୟଙ୍କା ଚୋପ୍ରା ମିସ୍ ୱାର୍ଲ୍ଡ ଟାଇଟଲ୍ ଜିତିଥିଲେ। କିନ୍ତୁ ବଲିଉଡରେ ପ୍ରିୟଙ୍କାଙ୍କ ଡେବ୍ୟୁ ଖାସ ନଥିଲା, କିନ୍ତୁ ସେ ନିଜ ପରିଶ୍ରମ ଜରିଆରେ ନିଜକୁ ପ୍ରମାଣ କରିଥିଲେ। ଏବେସେ ବଲିଉଡର ଏକ ନମ୍ବର ଅଭିନେତ୍ରୀ ଥିଲେ।