ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଡର୍ଣ୍ଣ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ୍ ଷ୍ଟଡିଜର ୧୦ମ ବାର୍ଷିକ ଉତ୍ସବରେ ହେଲା ପ୍ରତିଭା ଚର୍ଚ୍ଚା।

ବାଲେଶ୍ୱର ସହର ଉପକଣ୍ଠ କୁରୁଡାସ୍ଥିତ ମଡର୍ଣ୍ଣ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଷ୍ଟଡିଜର ୧୦ମ ବାର୍ଷିକ ଉତ୍ସବ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛିା

ଏହି ଅବସରରେ ଆୟୋଜିତ ସଭାରେ ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନରେ ଥିବା ଇଣ୍ଟେରିମ୍ ଟେଷ୍ଟ ରେଞ୍ଜ (ଆଇଟିଆର)ର ନିର୍ଦ୍ଦେଶକ ଡାକ୍ତର ବିନୟ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଛନ୍ତି।

“ଛାତ୍ରଛାତ୍ରୀ ସେମାନଙ୍କର ଶକ୍ତିକୁ ସଂଚୟ କରି ରଖିବା ପାଇଁ ଦିଗଦର୍ଶନ ଦେବା ସହ କାର୍ଯ୍ୟ କ୍ଷେତ୍ରରେ ଏହାକୁ ବିନିଯୋଗ କରିବା ଉଚିତ। ବୈଜ୍ଞାନିକମାନେ କ୍ଷେପଣାସ୍ତ୍ର ତିଆରି କରନ୍ତି ମାତ୍ର ଯବାନ ହିଁ ଆବଶ୍ୟକ ସ୍ଥଳେ ଏଥିରେ ଅଗ୍ନି ସଂଯୋଗ କରନ୍ତି । ଈଶ୍ୱରଙ୍କର ସବୁ ସୃଷ୍ଟି ପଛରେ କିଛି ନା କିଛି ଉଦ୍ଦେଶ୍ୟ ଜଡିତ ରହିଛି ଓ ଆମେ ସମସ୍ତେ ତାକୁ ସାକାର କରିବା ଦରକାର”, କହିଛନ୍ତି ଡାକ୍ତର ବିନୟ କୁମାର ଦାସ।

ଫକୀର ମୋହନ ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୂର୍ଯେନ୍ଦୁ କୁମାର ଦେ ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଛନ୍ତି, “ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଦ୍ଵାରା ସବୁକିଛି ସମ୍ଭବ ହୋଇପାରିବ। ସମସ୍ତେ ଦକ୍ଷ ହେଲେ ନିଯୁକ୍ତି ବା ଚାକିରି ମିଳିବା ସହଜ ହୋଇପାରିବ”।

ସାମ୍ବାଦିକ ଅବିନାଶ ମହାପାତ୍ର ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି, “ସମସ୍ତେ ଗୋଟିଏ ଗୋଟିଏ ଲକ୍ଷ୍ୟ ଚୟନ କରିବା ଦରକାର । ନିଜ ମଧ୍ୟରେ ଥିବା ପ୍ରତିଭାକୁ ଚିହ୍ନି ଲକ୍ଷ୍ୟ ଧାର୍ଯ୍ୟ କରିବା ପରେ, ଛୋଟ ଛୋଟ ଟାର୍ଗେଟ୍ ଆଧାର କରି ଏହାକୁ ପୂରଣ କରାଯାଇପାରିବ। ଏହାସହିତ କମ୍ୟୁନିକେସନ ଓ ଇଣ୍ଟରନେଟର ବ୍ୟବହାର ଶିକ୍ଷା ଉଦ୍ଦେଶ୍ୟରେ ହୋଇପାରିଲେ ଅନେକ ଭଲ ଫଳ ମିଳିପାରନ୍ତା“।

ଏମ୍ଇଏମ୍ଏସ୍ ଅଧ୍ୟକ୍ଷା ସନ୍ଧ୍ୟା ମହାନ୍ତି ଏହି ଉତ୍ସବରେ ସଭାପତିତ୍ୱ କରିଥିଲେ। ବରିଷ୍ଠ ପ୍ରଶାସକ କର୍ଣେଲ ଏସ.କେ. ସାମନ୍ତରାୟ ଅନ୍ୟତମ ସମ୍ମାନିତ ଅତିଥି, କଲେଜର ଅଧ୍ୟକ୍ଷ ଡାକ୍ତର ମୃତ୍ୟୁଞ୍ଜୟ ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।

ଶେଷରେ କଲେଜର ଉପାଧ୍ୟକ୍ଷ ଅରବିନ୍ଦ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲୋ ଏହି ଅବସରରେ କଲେଜର ବାର୍ଷିକ ମୁଖପତ୍ର ମେମସୋୟାନ୍ ଉନ୍ମୋଚିତ ହୋଇଥିଲା।

କଲେଜ ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ତଥା ବିଜେଡିର ଜିଲ୍ଲା ଯୁବ ସଭାପତି ଶୁଭେନ୍ଦୁ ମଙ୍ଗରାଜ ଏଥିରେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସହ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଏହି ଉତ୍ସବରେ ନୃତ୍ୟ, ଗୀତ, କୁଇଜ୍, ଆଥଲେଟିକ୍, କ୍ରିକେଟ, ବ୍ୟାଡମିଣ୍ଟନ ପ୍ରଭୃତି ବିଭାଗରେ ସଫଳତା ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଶେଷରେ ରାଜ୍ୟର ସୁନାମଧନ୍ୟ କଣ୍ଠଶିଳ୍ପୀ ତାରିକ୍ ଅଜ୍ଜିଜଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here