ଓଡ଼ିଶାଲାଇଭ୍ ବ୍ୟୁରୋojee exam

ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ। କରୋନା କଟକଣା ଭିତରେ ପରୀକ୍ଷା ପରିଚାଳନା କରାଯାଉଛି। ରାଜ୍ୟର ୨୧ଟି ସହରର ୫୪ଟି କେନ୍ଦ୍ରରେ ଓଜେଇଇ ପରୀକ୍ଷା ହେଉଛି। ଚଳିତବର୍ଷ ରେକର୍ଡସଂଖ୍ୟକ ପାଖାପାଖି ୮୦ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିବା ଓଜେଇଇ ଅଧ୍ୟକ୍ଷ ପ୍ରଫେସର ସୁଦିପ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

କମ୍ପ୍ୟୁଟର ବେସ୍‌ଡ ଟେଷ୍ଟ ବା ସିବିଟି ମୋଡ୍‌ରେ ଏବର୍ଷ ଓଜେଇଇ ପରୀକ୍ଷା ହେଉଛି। ୩ଟି ସିଟିଂରେ ପରୀକ୍ଷା ହେବା ନେଇ ସୂଚନା ମିଳିଛି।

କରୋନାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରୀକ୍ଷାର ୧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ବିଶୋଧନ କରାଯାଇଛି। ସେହିପରି ସାମାଜିକ ଦୂରତାକୁ କଡ଼ାକଡ଼ି କରାଯାଇଛି। ପରୀକ୍ଷାର୍ଥୀମାନଙ୍କୁ ତ୍ରିସ୍ତରୀୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।

ସେହିପରି ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ହାତ ସାନିଟାଇଜ୍ କରିବାକୁ ପରାମର୍ଶ ଦିଆଯାଉଛି।ଓଡ଼ିଶା ବାହାରେ ଝାଡ଼ଖଣ୍ଡର ରାଞ୍ଚି, ପଶ୍ଚିମବଙ୍ଗର କୋଲକାତା ଓ ବିହାରର ପାଟଣାରେ ୫ଟି ପରୀକ୍ଷାକେନ୍ଦ୍ରରେ ଓଜେଇଇ ପରୀକ୍ଷା ହେଉଛି। ଚଳିତମାସ ଶେଷ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଓଜେଇଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here