ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ) : ଗାଁ ଭିତରକୁ ପଶି ଆସିଲା ବିଶାଳ କୁମ୍ଭୀର। କିନ୍ତୁ ସାହସ ଦେଖାଇ କୌଶଳକ୍ରମେ କୁମ୍ଭୀରକୁ କାବୁ କରି ବନବିଭାଗକୁ ହସ୍ତାନ୍ତର କଲେ ଗାଁ ଲୋକ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ନଳଦିଆ ଗ୍ରାମରେ ଦେଖିବାକୁ ମିଳିଛି ଏହି ଘଟଣା।

ଏକ ୧୦ ଫୁଟ୍‌ ଲମ୍ବର ଏକ ବଉଳା କୁମ୍ଭୀରଟି ବ୍ରାହ୍ମଣୀ ନଦୀରୁ ଜନବସତିକୁ ଚାଲି ଆସିଥିଲା। ଗାଁ ଦାଣ୍ଡରେ ଲୋକମାନେ କୁମ୍ଭୀର ବୁଲୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। କୁମ୍ବୀର ଆସିଥିବା କଥା ଶୁଣି ପୂରା ଗାଁରେ ଆତଙ୍କ ଖେଳିଯାଇଥିଲା।

ଏହାପରେ ଏକ ଶକ୍ତ ଦଉଡିର ଫାସକରି କୁମ୍ଭୀରର ମୁହଁରେ ଗଳାଇ କୁମ୍ଭୀରଟିକୁ କାବୁ କରିଥିଲେ ଗାଁ ଲୋକେ। ପରେ ରାଜନଗର ବନବିଭାଗକୁ ଜଣାଇଥିଲେ। ବନବିଭାଗ କର୍ମଚାରୀମାନେ ଆସି କୁମ୍ଭୀରଟିକୁ ଗ୍ରାମବାସୀଙ୍କଠାରୁ ନେଇଛନ୍ତି।

ତେବେ ଏହି ଘଟଣା ପ୍ରଥମେ ନୁହେଁ। ରାଜନଗର ବ୍ଲକର ନଦୀକୂଳିଆ ଗ୍ରାମଗୁଡିକରେ  ଏଭଳି ଘଟଣା ଅନେକ ସମୟରେ ଦେଖାଯାଇଥାଏ।

LEAVE A REPLY

Please enter your comment!
Please enter your name here