ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଙ୍କଟ ଟଳିନଥିବା ବେଳେ ଏବେ ଚିନ୍ତା ବଢ଼ାଇଛି ବାର୍ଡ ଫ୍ଲୁ। ଭାରତର ୫ଟି ରାଜ୍ୟରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଅନ୍ୟ ରାଜ୍ୟଗୁଡ଼ିକ ପାଇଁ କେନ୍ଦ୍ର ସରକାର ଆଲର୍ଟ ଜାରି କରିଛନ୍ତି। ଅନ୍ୟପଟେ ଓଡ଼ିଶାରେ ଜିଲ୍ଲାସ୍ତରୀୟ ରାପିଡ୍ ଆକ୍ସନ ଟିମ୍ ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ରାଜ୍ୟରେ ସମ୍ଭାବ୍ୟ ବାର୍ଡ ଫ୍ଲୁ ସ୍ଥିତି ନେଇ ବୁଧବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ଏହି ବୈଠକରେ ଜିଲ୍ଲା ସ୍ତରରେ ରାପିଡ୍ ଆକ୍ସନ ଟିମ୍ ଗଠନ କରିବା ସହ ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୧୧ ହଜାର ପରୀକ୍ଷା ହୋଇସାରିଲାଣି। ତେବେ ଏଯାଏଁ ବାର୍ଡ ଫ୍ଲୁ ଚିହ୍ନଟ ହୋଇନାହିଁ। ତେଣୁ ଏହାକୁ ନେଇ ଲୋକେ ଆତଙ୍କିତ ହୁଅନ୍ତୁନି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।ନୂଆବର୍ଷ ଆରମ୍ଭରୁ ଦେଶରେ ବାର୍ଡ ଫ୍ଲୁ ସଙ୍କଟ ଦେଖାଦେଇଛି। ହିମାଚଳ ପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, କେରଳ ଓ ଝାଡ଼ଖଣ୍ଡରେ ଏହି ରୋଗ ବ୍ୟାପିବାରେ ଲାଗିଛି। କେରଳ ସରକାର ୪୦ ହଜାର ପକ୍ଷୀଙ୍କୁ ମାରିବା ପାଇଁ ନିର୍ଦ୍ଦେଶ ଦେବା ସହ ବାର୍ଡ ଫ୍ଲୁକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here