ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶରେ ପେଟ୍ରୋଲ, ଡିଜେଲ୍ର ଦର ବୃଦ୍ଧି ଖାଉଟିଙ୍କୁ ହତାଶ୍ କରିଥିବା ବେଳେ ଏବେ ବୋଝ ଉପରେ ନଳିତା ବିଡ଼ା ପରି ରନ୍ଧନ ଗ୍ୟାସ ଦର ମଧ୍ୟ ବଢ଼ିବାରେ ଲାଗିଛି। ଗୁରୁବାର ୧୪.୨ କିଲୋଗ୍ରାମ୍ ବିଶିଷ୍ଟ ଏଲ୍ପିଜି ସିଲିଣ୍ଡର ମୂଲ୍ୟରେ ୨୫ ଟଙ୍କା ବୃଦ୍ଧି ହୋଇଛି। ବର୍ତ୍ତମାନ ଏଲପିଜି ସିଲିଣ୍ଡର ପିଛା ଦର ୮୨୦ ଟଙ୍କା ୫୦ ପଇସାରେ ପହଞ୍ଚିଛି। ଚଳିତ ମାସ ଭିତରେ ଏଲପିଜି ଦର ୩ଥର ବୃଦ୍ଧି ପାଇଲାଣି। ଫେବ୍ରୁଆରି ୪ରେ ପ୍ରଥମେ ୨୫ ଟଙ୍କା ବୃଦ୍ଧି ପାଇଥିଲା। ଏହାପରେ ୧୫ ତାରିଖରେ ପୁଣି ୫୦ ଟଙ୍କା ଆଉ ଏବେ ଏହା ୨୫ ଟଙ୍କା ବଢ଼ି ଚଳିତ ମାସରେ ଏଲପିଜି ଦରରେ ୧୦୦ ଟଙ୍କା ବଢ଼ିଛି। ଏହା ପୂର୍ବରୁ ମଧ୍ୟ ଗତ ଡିସେମ୍ଵରରେ ତୈଳ କମ୍ପାନିଗୁଡ଼ିକ ଏଲପିଜି ସିଲିଣ୍ଡର ମୂଲ୍ୟରେ ୧୦୦ ଟଙ୍କା ବୃଦ୍ଧି କରାଇଥିଲେ।
ଗୁରୁବାରଠାରୁ ଏହି ନୂଆ ଦର ଲାଗୁ ହୋଇଥିବା ବେଳେ ରାଜଧାନୀ ଦିଲ୍ଲୀରେ ଏଲପିଜି ସିଲିଣ୍ଡର ମୂଲ୍ୟ ୭୬୯ ଟଙ୍କାରୁ ୭୯୪ ଟଙ୍କାକୁ ବୃଦ୍ଧି ପାଇଛି।