ଓଡ଼ିଶାଲାଇଭ୍ ବ୍ୟୁରୋ
ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହାରିବ ଆଡ଼ପ ଅବଢ଼ା। ଶ୍ରୀଜିଉଙ୍କୁ ଅର୍ପଣ ପରେ ଭକ୍ତମାନେ ଅବଢ଼ା ପାଇବାର ସୁଯୋଗ ପାଇବେ। ବୁଧବାରଠାରୁ ଗୁଣ୍ଡିଚା ମନ୍ଦିର ନିକଟ ନୃସିଂହ ମନ୍ଦିର ଓ ବସ୍ ଷ୍ଟାଣ୍ଡରେ ଅବଢ଼ା ବିକ୍ରି ପାଇଁ ନିଯୋଗ ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ରତ୍ନସିଂହାସନ ଛାଡ଼ି ବଡ଼ ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି କାଳିଆ ସାଆନ୍ତ। ଏହି ସମୟରେ ଶ୍ରୀମନ୍ଦିରରେ ଅବଢ଼ା ସେବା ବନ୍ଦ ରହିଛି। ତେବେ ଆଜିଠାରୁ ଭକ୍ତମାନେ ଗୁଣ୍ଡିଚା ମନ୍ଦିର ନିକଟରୁ ଆଡ଼ପ ଅବଢ଼ା ପାଇପାରିବେ।
ଅନ୍ୟପକ୍ଷରେ ଜନ୍ମବେଦୀରେ ଚାଲିଛି ମହାପ୍ରଭୁଙ୍କ ନୀତିକାନ୍ତି। ସେବକମାନେ ଶ୍ରୀଜିଉଙ୍କ ଉଦ୍ଦେଶ୍ୟରେ ବ୍ୟଞ୍ଜନ ପ୍ରସ୍ତୁତ କରିଛନ୍ତି। ଯାହାକୁ ରାଜଭୋଗ କୁହାଯାଏ। ସେହି ଭୋଗ ଶ୍ରୀଜିଉଙ୍କୁ ଅର୍ପଣ ପରେ କେବଳ ସେବକମାନେ ପାଇଥାନ୍ତି ଏବଂ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ନିକଟକୁ ପ୍ରେରଣ କରାଯାଇଥାଏ। ତା’ପରେ ଭୋଗ ମଣ୍ଡପ ସରିବା ପରେ ଭକ୍ତମାନେ ଆଡ଼ପ ଅବଢ଼ା ପାଇବାର ସୁଯୋଗ ପାଇବେ।