ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନ ହେବ କରୋନା ସହ ଲଢ଼ି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଅଭିଷେକ ମହାପାତ୍ର। କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଏକମୋ ଚିକିତ୍ସା ଚାଲିଥିଲା। ଶୁକ୍ରବାର ରାତିରେ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଅଭିଷେକଙ୍କ ମାମୁ  ପୁଅ ରୋଶନ ମହାନ୍ତି।

କୋଭିଡରେ ଆକ୍ରାନ୍ତ ହେବାପରେ ଅଭିଷେକ ମହାପାତ୍ରଙ୍କ ଫୁସଫୁସର କିଛି ଅଂଶ ନଷ୍ଟ ହୋଇଯାଇଥିଲା। ତେଣୁ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ଵରର କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ଦିନ ରହିବାପରେ ସ୍ଵାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ଏକମୋ ଚିକିତ୍ସା ନିମନ୍ତେ କୋଲକାତା ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ।

ଡାକ୍ତରଙ୍କ ପରାମର୍ଶକ୍ରମେ ଘର ଲୋକ କୋଲକାତା ନେବା ପାଇଁ ଇଚ୍ଛାପ୍ରକାଶ କରିଥିଲେ ହେଁ ଅର୍ଥ ସାଜିଥିଲା ବାଧକ। ଗଣମାଧ୍ୟମ ଜରିଆରେ ସ୍ଵାମୀଙ୍କ ଜୀବନ ବଞ୍ଚାଇବା ପାଇଁ ଅଭିଷେକଙ୍କ ପତ୍ନୀ ସାହାଯ୍ୟ ମାଗିଥିଲେ। ସମସ୍ତଙ୍କ ସହଯୋଗରେ ଅର୍ଥ ଯୋଗାଡ଼ ହେବାପରେ ଏୟାର ଆମ୍ବୁଲାନ୍ସ ଜରିଆରେ ଅଭିଷେକଙ୍କୁ କୋଲକାତା ନିଆଯାଇଥିଲା, ଆଉ ସେଠାରେ ଆରମ୍ଭ ହୋଇଥିଲା ଏକମୋ ଚିକିତ୍ସା।

ଆଜକୁ ପ୍ରାୟ ୩ ମାସ ହେବ ତାଙ୍କର ଚିକିତ୍ସା ଚାଲିଥିଲା। ପରିବାର ସଦସ୍ୟଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟ ଏବଂ ପ୍ରିୟଜନମାନେ ଅଭିଷେକଙ୍କ ଫେରିବା ବାଟକୁ ଚାହିଁ ରହିଥିଲେ। କିନ୍ତୁ ଡାକ୍ତରଙ୍କ ଶତ ଚେଷ୍ଟା ପରେବି ବଞ୍ଚିପାରିଲେନି ଅଭିଷେକ। ଦୀର୍ଘଦିନର ସଂଗ୍ରାମ ପରେ ଆଖି ବୁଜିଛନ୍ତି ଭଦ୍ରକର ଯୁବ ଇଞ୍ଜିନିୟର ଅଭିଷେକ ମହାପାତ୍ର।

LEAVE A REPLY

Please enter your comment!
Please enter your name here