ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି କନ୍ଧମାଳର କଳିଙ୍ଗା ଘାଟିରେ ଘଟିଛି ବଡ଼ ଅଘଟଣ। ମଙ୍ଗଳବାର ବିଳମ୍ବିତ ରାତିରେ କଳିଙ୍ଗା ଘାଟିରେ ଏକ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିବାରୁ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୧୫ ଜଣଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତକମାନେ ପଶ୍ଚିମବଙ୍ଗର ହାଓ୍ଵଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି।

ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଟୁରିଷ୍ଟ ବସଟି ପଶ୍ଚିମବଙ୍ଗର। ଏକ ଟୁରିଷ୍ଟ ବସ ଯାତ୍ରୀଙ୍କୁ ଧରି ଫୁଲବାଣୀରୁ ପଶ୍ଚିମବଙ୍ଗ ଫେରିବା ସମୟରେ ମଙ୍ଗଳବାର ବିଳମ୍ବିତ ରାତିରେ କଳିଙ୍ଗା ଘାଟିରେ ଦୁର୍ଘଟଣାର ଶିକାର ହୋଇଥିଲା। ବସରେ ୫୦ରୁ ଅଧିକ ଯାତ୍ରୀ ରହିଥିଲେ। ଖବର ପାଇ ବୁଧବାର ସକାଳେ ଭଞ୍ଜନଗର ଏବଂ ଜି.ଉଦୟଗିରି ପୋଲିସ ଏବଂ ଅଗ୍ନିଶମ ବାହୀନି ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୃତାହତଙ୍କ ସମ୍ପର୍କରେ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ବ୍ୟକ୍ତ କରିବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Tags: #BusAccident #Kalingaghati #Kandhamal #SixDead

LEAVE A REPLY

Please enter your comment!
Please enter your name here