ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପଟେନ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ବୁଧବାର, ମେ’ ୮ ତାରିଖରେ ମିତାଲି ରାଜ ନିଜ ଟୁଇଟର ହ୍ୟାଣ୍ଡେଲରେ ଟୁଇଟ କରି ଏହି ସୂଚନା ଦେଇଛନ୍ତି।

ଭାରତୀୟ ମହିଳା କ୍ରିକେଟ ଟିମର କ୍ୟାପଟେନ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଏହି ଅବସର ସମ୍ପର୍କରେ ମିତାଲି ରାଜ ନିଜ ଟୁଇଟରରେ ଘୋଷଣା କରିଛନ୍ତି। ଦୀର୍ଘ ୨୩ ବର୍ଷର କ୍ରିକେଟ କ୍ୟାରିଅରର ଏକ ସ୍ଵର୍ଣ୍ଣିମ ଯାତ୍ରାର ଅନ୍ତ ହୋଇଛି। ପୂର୍ବରୁ ମିତାଲି ରାଜ ୨୦୧୯ ମସିହାରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରୁ ଅବସର ନେଇଥିଲେ। ସେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ମୋଟ ୨,୩୬୪ ରନ ସ୍କୋର କରିଥିଲେ।

୧୯୯୯ ମସିହାରେ ମାତ୍ର ୧୬ ବର୍ଷ ବୟସରେ ମିତାଲି ଭାରତୀୟ କ୍ରିକେଟ ଜଗତରେ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। ଏହି ଯାତ୍ରା ତାଙ୍କୁ ଅନେକ ସଫଳତା ଆଣି ଦେଇଛି। ସେ ୧୨ଟି ଟେଷ୍ଟ, ୨୩୨ଟି ଏକ ଦିବସୀୟ ଏବଂ ୮୯ଟି ଟି-୨୦ ମ୍ୟାଚରେ ଭାରତରୁ ପ୍ରତିନିଧିତ୍ଵ କରିବା ସହ ଅଧିନାୟକ ଦାୟିତ୍ଵ ତୁଲାଇଛନ୍ତି। ମିତାଲିଙ୍କ ଅଧିନାକୟତ୍ଵରେ ଭାରତୀୟ ମହିଳା କ୍ରିକେଟ ଟିମ ବିଶ୍ଵ କପର ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ଥିଲା।

ଏକ ଦିବସୀୟ ମ୍ୟାଚରେ ବିଶ୍ଵର ସବୁଠାରୁ ଅଧିକ ରନ ସ୍କୋର କରିଥିବା ମହିଳା କ୍ରିକେଟର ହେଉଛନ୍ତି ମିତାଲି ରାଜ। ସେ ୭ଟି ଶତକ ଏବଂ ୬୪ଟି ଅର୍ଦ୍ଧଶତକ ହାସଲ କରି ମୋଟ ୭,୮୦୫ ରନ ସ୍କୋର କରିଛନ୍ତି।

Tags: #Sports #Cricket #MitaliRaj #MitaliRajRetire #IndianWomenCricket #InternationalCricket

LEAVE A REPLY

Please enter your comment!
Please enter your name here